ପ୍ରମୁଖ ଖବର

ୟନାଡରୁ ଉପ-ନିର୍ବାଚନ ଲଢିବେ ପ୍ରିୟଙ୍କା ଗାନ୍ଧୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଆଲଜିୟର୍ସସ୍ଥିତ ସିଦି ଅବ୍ଦେଲା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପୋଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜନୀତି ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ
ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା
କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ମହାରାଷ୍ଟ୍ର ସରକାର
ଭାଜପାର ଦିଲ୍ଲୀ ନିର୍ବାଚନ ଇନଚାର୍ଜ ହେଲେ ବୈଜୟନ୍ତ ପଣ୍ଡା
ସଲମାନ୍‌ଙ୍କୁ ମିଳିଲା ୱାଇ ପ୍ଲସ୍‌ ସିକ୍ୟୁରିଟି

ଆଇପିଏସ୍‌ ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି

0

ଭୁବନେଶ୍ବର; ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି। ଆଇପିଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି । ପୂର୍ବରୁ ବିନୋଦ କେସିଙ୍ଗାର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ରାହୁଲ ଗୋଏଲ କଟକ ରେଲ୍‌ଓ୍ବେ ଏସ୍‌ପି ହୋଇଥିବାବେଳେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓପିଏସ୍‌ ମିହିର ପଣ୍ଡାଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ନବରଙ୍ଗପୁର ଏସ୍‌ପି ଭାବେ ମିହିରଙ୍କୁ ନିଯୁକ୍ତି ମିଳିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଓଡିଶା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଥିଲା। ବିଜ୍ଞପ୍ତି ଅନୁସାରେ, ୨୮ ଜଣ ଆଇପିଏସ୍‌ଙ୍କୁ ଅଦଳବଦଳ କରାଯାଇଥିଲା। ଯେଉଁଥିରେ କଟକ-ଭୁବନେଶ୍ୱର ପୋଲିସ କମିଶନର, କଟକ ଡିସିପି, ଭୁବନେଶ୍ୱର ଡିସିପି ପ୍ରମୁଖ ଥିଲେ। ପୂଜା ପୂର୍ବରୁ ଓଡିଶା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଥିଲା। ଏହାସହିତ ନୂତନ ନିର୍ଦ୍ଦେଶାନାମା ପରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

Leave A Reply

Your email address will not be published.