ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ

0

ଭୁବନେଶ୍ବର: ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଆର୍ଟିଫିସିଆଲ ଇ​​‌ଣ୍ଟେଲିଜେନ୍ସ (ଏଆଇ) । ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବ ହସ୍ତକ୍ଷେପ କରାଯିବ ନାହିଁ। ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା ଯାହା ସଫଳ ହୋଇଛି । ଏହା ପରେ ଏବେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

ତେବେ ଡ୍ରାଇଭିଂ ଟେଷ୍ଟିଂ ବେଳେ ଅନେକ ସ୍ଥାନରେ ଅନେକ ସମୟରେ ପକ୍ଷପାତ କରୁଥିବା ଖବର ସାମ୍ନାକୁ ଆସିଥିଲା। ଯାହାଦ୍ବାରା ଏଥିରେ ଫେଲ୍ ହେଉଥିବା ଚଳକଙ୍କୁ ପାସ୍ କରିଦିଆଯାଉଥିଲା । କିନ୍ତୁ ଏଆଇ ଜଗିବା ପରେ ଏସବୁ ଆଉ ହୋଇପାରିବନି। ଅଭିଜ୍ଞସମ୍ପନ୍ନ ନହୋଇ ସେମିତି ପାସ୍ ହେଉଥିବାରୁ ଅନେକ ସମୟରେ ବହୁ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ତେଣୁ ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସ୍ବୟଂଚାଳିତ ଯାନ ପରୀକ୍ଷା ପ୍ରଣାଳୀକୁ ଆପଣାଯାଇଛି।

ଏହାଦ୍ବାରା ପରୀକ୍ଷା କରାଯାଉଥିବା ଟ୍ରାକ୍‌ କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି। ଟ୍ରାକ୍‌ ରେ କ୍ୟାମେରା, ସେନସର ଓ ରେଡାର ଦ୍ବାରା ପରିଚାଳନା କରାଯିବ । ପରୀକ୍ଷା ଦେବାକୁ ଆସୁଥିବା ଗାଡ଼ି ଚାଳକ ଯଦି କୌଣସି ତ୍ରୁଟି କରନ୍ତି ତେବେ ସାଙ୍ଗେ ସାଙ୍ଗେ ମେସିନ୍‌ ଜଣାଇଦେବ ଏବଂ ପରୀକ୍ଷା ଦେଉଥିବା ଚାଳକ ଜଣକ ପାସ୍‌ କି ଫେଲ୍‌ ତାହା ମଧ୍ୟ ନିର୍ଦ୍ଧାରଣ କରିଦେବ । ଏହାକୁ ଲାଗୁ କରିବା ପାଇଁ ପ୍ରଥମେ ପରିବହନ ବିଭାଗ ପକ୍ଷରୁ ୬ଟି ସ୍ଥାନ ଯଥା ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୋଳ, ସୁନ୍ଦରଗଡ଼ ଓ କେଉଁଝରରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ଏହି ପରୀକ୍ଷା ସଫଳ ହେବା ପରେ ବର୍ତ୍ତମାନ ରାଜ୍ୟର ୧୯ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏବଂ ଏଆରଟିଓରେ ଲାଗୁ କରାଯିବ।

ଏହା ବ୍ୟତୀତ କ୍ୟାମେରା ଜରିଆରେ ଚାଳକଜଣକ ଠିକ୍ ଭାବେ ଗାଡ଼ି ଚାଳନା କରୁଛନ୍ତି ନା ନାହିଁ ତାହା ପ୍ରମାଣ ରହିବ । କୌଣସି ପରୀକ୍ଷକ ଅଭିଯୋଗ କଲେ ତାହାକୁ ଦେଖାଇ ଦିଆଯାଇ ପାରିବ। ପରିବହନ ବିଭାଗ ପକ୍ଷରୁ ଆଗାମୀ ଦିନରେ ସମସ୍ତ ୩୮ ଆରଟିଓ/ଏଆରଟିଓରେ ଏହାକୁ ଲାଗୁ କରାଯିବାର ଯୋଜନା ରହିଛି । ୧୯ଟି ଆରଟିଓରେ ଏହାର ପରିଚାଳନା ପିପିପି ମୋଡ୍‌ରେ କରାଯାଉଛି। ରାଜ୍ୟ ବାହାରର ଏକ କମ୍ପାନୀ ସହଯୋଗ ଯୋଗାଇ ଦେଉଛି।

Leave A Reply

Your email address will not be published.