ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ପୋଖରିରୀ ବୁଡି ମା, ପୁଅ ଓ ଝିଅ ମୃତ

0

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ ମସିଣାବିଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣାପସୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣ। ପୋଖରୀରେ ବୁଡ଼ି ଗୋଟିଏ ପରିବାରର ମା, ପୁଅ ଓ ଝିଅ ତିନିଜଣଙ୍କ ଜୀବନ ଯାଇଛି। ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଭାଇ-ଭଉଣୀ। ଚିତ୍କାର ଶୁଣି ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ମା, ହେଲେ ସିଏ ମଧ୍ୟ ସେହି ପୋଖରୀରେ ବୁଡ଼ିଗଲେ। ଆଜି ସକାଳ ୧୧ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ତିନି ମୃତକ ହେଲେ କାମିନୀ ମହାକୁଡ଼, ଓମ୍ ପ୍ରକାଶ ମହାକୁଡ଼ ଓ ସୁନୀତା ମହାକୁଡ଼। ଦୁଇ ପୁଅ ଓ ଝିଅଙ୍କୁ ଧରି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ପୁଅ ଝିଅ ବୁଡ଼ିଯାଉଥିବା ଦେଖି ମା ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ସେଥିରେ ସେ ଅସଫଳ ହୋଇଥିଲେ। ପରେ ନିଜେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ।

ଗଭୀର ପାଣିରେ ଦୁଇ ପିଲା ବୁଡି ଯାଉଥିବା ଦେଖି ମାଆ କାମିନୀ ଉଦ୍ଧାର କରିବା ପାଇଁ ଯାଇଥିଲେ। ହେଲେ ଦୁଇ ଛୁଆଙ୍କୁ ଉଦ୍ଧାର କରିବେ କ’ଣ ସେ ଗଭୀର ପୋଖରୀରେ ବୁଡ଼ି ଯାଉଥିଲେ। ମାଆ ଓ ଦୁଇ ଭାଇ ଭଉଣୀ ପାଣିରେ ବୁଡି ଯାଉଥିବା ଦେଖି ପୋଖରୀ ତୁଠରେ ଖେଳୁଥିବା ଅନ୍ୟ ଜଣେ ପୁଅ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ ଓ ଘର ଲୋକଙ୍କୁ ଡାକିଥିଲେ। ଗାଁ ଲୋକେ ପୋଖରୀର ଗଭୀର ପାଣି ଭିତରୁ କାମିନୀ, ଦୁଇ ପିଲା ମିଥୁନ୍‌ ଓ ସୁନୁକାଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.