ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ପୋଖରିରୀ ବୁଡି ମା, ପୁଅ ଓ ଝିଅ ମୃତ

0

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ ମସିଣାବିଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣାପସୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣ। ପୋଖରୀରେ ବୁଡ଼ି ଗୋଟିଏ ପରିବାରର ମା, ପୁଅ ଓ ଝିଅ ତିନିଜଣଙ୍କ ଜୀବନ ଯାଇଛି। ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଭାଇ-ଭଉଣୀ। ଚିତ୍କାର ଶୁଣି ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ମା, ହେଲେ ସିଏ ମଧ୍ୟ ସେହି ପୋଖରୀରେ ବୁଡ଼ିଗଲେ। ଆଜି ସକାଳ ୧୧ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ତିନି ମୃତକ ହେଲେ କାମିନୀ ମହାକୁଡ଼, ଓମ୍ ପ୍ରକାଶ ମହାକୁଡ଼ ଓ ସୁନୀତା ମହାକୁଡ଼। ଦୁଇ ପୁଅ ଓ ଝିଅଙ୍କୁ ଧରି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ପୁଅ ଝିଅ ବୁଡ଼ିଯାଉଥିବା ଦେଖି ମା ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ସେଥିରେ ସେ ଅସଫଳ ହୋଇଥିଲେ। ପରେ ନିଜେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ।

ଗଭୀର ପାଣିରେ ଦୁଇ ପିଲା ବୁଡି ଯାଉଥିବା ଦେଖି ମାଆ କାମିନୀ ଉଦ୍ଧାର କରିବା ପାଇଁ ଯାଇଥିଲେ। ହେଲେ ଦୁଇ ଛୁଆଙ୍କୁ ଉଦ୍ଧାର କରିବେ କ’ଣ ସେ ଗଭୀର ପୋଖରୀରେ ବୁଡ଼ି ଯାଉଥିଲେ। ମାଆ ଓ ଦୁଇ ଭାଇ ଭଉଣୀ ପାଣିରେ ବୁଡି ଯାଉଥିବା ଦେଖି ପୋଖରୀ ତୁଠରେ ଖେଳୁଥିବା ଅନ୍ୟ ଜଣେ ପୁଅ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ ଓ ଘର ଲୋକଙ୍କୁ ଡାକିଥିଲେ। ଗାଁ ଲୋକେ ପୋଖରୀର ଗଭୀର ପାଣି ଭିତରୁ କାମିନୀ, ଦୁଇ ପିଲା ମିଥୁନ୍‌ ଓ ସୁନୁକାଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.