ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

0

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। କ୍ୟାବିନେଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରାଜ୍ୟ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି। ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ସହ ରାଜ୍ୟ କ୍ୟାବିନେଟ୍‌ରେ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି।

କ୍ୟାବିନେଟ ବୈଠକକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସମ୍ପର୍କରେ ପ୍ରତିକ୍ରିୟା‌ ଦେଇଛନ୍ତି। ଶ୍ରୀ ଆହୁଜା କହିଛନ୍ତି, ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ପଞ୍ଜୀକରଣ ହୋଇଛି। ୬୦ ଲକ୍ଷରୁ ଅଧିକ ହିତାଧିକାରୀ ଟଙ୍କା ପାଇ ସାରିଲେଣି ଏବଂ ୨ ଲକ୍ଷ ୭୦ ଆବେଦନ ନାକଚ ହୋଇଛି। କେଉଁ କାରଣରୁ ସେହି ଆବେଦନ ଗୁଡିକ ନାକଚ ହୋଇଛି, ସେଗୁଡ଼ିକୁ ଯାଞ୍ଚ କରାଯିବ ବୋଲି ଆହୁଜା କହିଛନ୍ତି।

ସେହିପରି, ରାଜ୍ୟ ସରକାରଙ୍କ ଜିଏସ୍‌ଟି ଆଇନ୍‌ରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି। ଅନ୍ୟପକ୍ଷରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବା ସହ ୪ ହଜାରରୁ ଊର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବା ନେଇ କ୍ୟାବିନେଟରେ ଅନୁମୋଦନ ହୋଇଛି । ପ୍ରତି ମଣ୍ଡିରେ ଜଣେ ଜଣେ ଅଫିସର ରହିବେ ଓ ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ। ଅନ୍ୟପକ୍ଷରେ ବିମାନ ସଂଯୋଗ ପାଇଁ ଉଡାଣ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ବିଭିନ୍ନ ନୂଆନୂଆ ସ୍ଥାନକୁ ଯୋଡିବା ପାଇଁ ରିହାତି ନୀତି ମଧ୍ୟ ଅନୁମୋଦନ ହୋଇଛି।

Leave A Reply

Your email address will not be published.