ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ସ୍ଥାୟୀ ନିଯୁକ୍ତି ଦାବିରେ ପାରାମେଡିକାଲ ଷ୍ଟାଫଙ୍କ ଧାରଣା

0

ଭୁବନେଶ୍ବର; ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ନର୍ସିଙ୍ଗ ଅଫିସର, ଏଏନଏମ, ଫାର୍ମାସିଷ୍ଟ ଓ ଏଲ.ଟି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ ସ୍ୱାସ୍ଥ୍ୟକର୍ମୀ। ସରକାରଙ୍କ ଦ୍ୱାରା ଆଉଟ ଷୋର୍ସିଂ ଜରିଆରେ ନିଯୁକ୍ତ ଜୀଏନଏମ, ଏଏନଏମ, ଲ୍ୟାବ ଟେକନିସିଆନଙ୍କ ସଂଘ ଏଇ ଧାରଣାରେ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ କରୋନା ମହାମାରୀ ସମୟରେ ସରକାର ଆଉଟଷୋର୍ସିଂ ଏଜେନ୍ସି ମାଧ୍ୟମରେ ସରକାର ହଜାର ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଥିଲେ। ମହାମାରୀ ଶେଷ ହେବା ପରେ ଅନେକଙ୍କୁ ଛଟେଇ କରିଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଏବେ ଅଣଦେଖା କରାଯାଉଥିବା ବେଳେ ସେମାନଙ୍କର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି।

ବିକ୍ଷୋଭକାରୀଙ୍କ କହିବା ଅନୁସାରେ, ସରକାରଙ୍କ ନିର୍ଦ୍ଦେଶାନୁସାରେ ସେମାନେ ଆଜକୁ ୫ ବର୍ଷ ହେଲା ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ ମଧ୍ୟ ବିଭିନ୍ନ ମେଡିକାଲରେ ସେମାନଙ୍କୁ ଛଟେଇ କରି ଦିଆଯାଉଛି। ପଢିବାକୁ ସମୟ ନଥିବା ବେଳେ କେତେକଙ୍କ ବୟସ ସୀମା ଅଧିକ ହେତୁ ସେମାନେ ଓଏସଏସସି ପରୀକ୍ଷା ମଧ୍ୟ ଦେଇ ପାରୁ ନାହାନ୍ତି।ଗଞ୍ଜାମ, ବାଲେଶ୍ୱର, ଜଗତସିଂହପୁର ଭଳି ଜିଲାରେ ପାରାମେଡିକାଲ କର୍ମଚାରୀ ମାନଙ୍କୁ ଛଟେଇ କରିଦିଆଯାଇଛି। ଫଳରେ ଏଭଳି ଅବ୍ୟବସ୍ଥାକୁ ନେଇ ଆଜି ସଂଘ ପକ୍ଷରୁ ଧାରଣା ଦିଆଯାଇଛି।

Leave A Reply

Your email address will not be published.