ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସିପାରିବେନି ଉଠା ଦୋକାନୀ

0

କଟକ: କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ଆଉ କିଛି ଦିନର ଅପେକ୍ଷା ଏହା ପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା। ତେବେ ବାଲିଯାତ୍ରାକୁ ନେଇ କିଛି ନିଷେଧାଦେଶ ଜାରି କରାଯାଇଛି। ବାଲିଯାତ୍ରା ସମୟରେ ଫୁଟପାଥରେ ଉଠାଦୋକାନୀ ବସିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍‌ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି।

ରିଂ ରୋଡ୍‌ ଜୋବ୍ରା ଠାରୁ ଚହଟା, ଉପର ଓ ତଳ ବାଲିଯାତ୍ରା ପଡ଼ିଆ ଏବଂ ଏହାର ଆଖପାଖ ରାସ୍ତାରେ ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧାଦେଶ ଜାରି କରାଯିବା ସହ ଧାରା ୧୬୩ ଲାଗୁ କରାଯାଇଛି। ଆଜି ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି କରାଯାଇଛି।
ତେବେ ଉଠା ଦୋକାନୀଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହୁଏ ସେନେଇ, ତଳ ବାଲିଯାତ୍ରା ପଡ଼ିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି। ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି’ ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ଥାଏ ଓରମାସ। ଚଳିତ ଥର ବାଲିଯାତ୍ରାରେ ଓରମାସ ଭିତରେ ସ୍ଥାନ ପାଇବ ୫ ଶହରୁ ଅଧିକ ଷ୍ଟଲ। ଓଡିଶା ସହ ଅନ୍ୟ ୨୩ଟି ରାଜ୍ୟର ବ୍ୟବସାୟୀ ଏହି ଷ୍ଟଲରେ ନିଜର ବ୍ୟବସାୟ କରିବ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ ଠାରୁ ଆଦିବାସୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ଏଠାରେ ଉପଲବ୍ଧ ହେବ। ଏଥର ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଗ୍ରୀନ୍ କରିଡରର ବ୍ୟବସ୍ଥା କରାଯାଇଛି। ମହାନଦୀ କୂଳେ କୂଳେ ଏହି କରିଡର ରହିବ। ଟ୍ରାଫିକ ପରିଚାଳନା ଓ ଆମ୍ବୁଲାନ୍ସ ଚଳାଚଳ ପାଇଁ ଏହି ଗ୍ରୀନ କରିଡର କାର୍ଯ୍ୟ କରିବ।

Leave A Reply

Your email address will not be published.