ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ବୁଦା ମୂଳରୁ ଶିଶୁକନ୍ୟା ଉଦ୍ଧାର

0

କରଞ୍ଜିଆ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଆଜିର ଯୁଗରେ ମହାକାଶରେ ନାରୀ ପହଞ୍ଚି ସାରିଥିଲେ ମଧ୍ୟ କେତେକ ସ୍ଥାନରେ କନ୍ୟା ସନ୍ତାନ ଅତି ଅଲୋଡ଼ା ହୋଇ ପଡିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବାବେଳେ ତାକୁ ମେଡ଼ିକାଲ୍‌ ଏସଏନସିୟୁରେ ଭର୍ତ୍ତି କରାଯାଇଛି।

ଖବର ମୁତାବକ, କରଞ୍ଜିଆ ଥାନା ଅଧୀନ ଭଅଁରା ଗାଁ ବୁଦା ମୂଳରେ ଏକ ନବଜାତ ଶିଶୁ କନ୍ୟା ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଶିଶୁ କନ୍ୟାଟି ଜୀବିତ ଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଏହା ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ଶିଶୁ କନ୍ୟାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁ କନ୍ୟାଟିର ପରିଚୟ ମିଳିପାରି ନଥିବାବେଳେ, କିଏ ଓ କାହିଁକି ଶିଶୁ କନ୍ୟାକୁ ଏପରି ଅବସ୍ଥାରେ ଫିଙ୍ଗି ଚାଲିଗଲା ତାହା ଜଣାପଡ଼ି ନାହିଁ । ଅନୁମାନ କରାଯାଉଛି ଯେ ନବଜାତକ ଟି କନ୍ୟାସନ୍ତାନ ହୋଇଥିବାରୁ କିଏ ଫିଙ୍ଗି ଦେଇଛି। ଏନେଇ ପୋଲିସରେ ଅଭିଯୋଗ ହୋଇଛି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.