ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଜମି ଓ ଘର କିଣିବା ପାଇଁ ଶିକ୍ଷକଙ୍କୁ ସରକାର ଦେବେ ଟଙ୍କା

0

ଭୁବନେଶ୍ବର; ସରକାରୀ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଆଗୁଆ ଟଙ୍କା ମିଳିବ। ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି।

ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନୂଆ ଜମି ଓ ଘର କିଣିବା ପାଇଁ ସରକାର ଅଗ୍ରୀମ ଟଙ୍କା ଦେବାରେ ବ୍ୟବସ୍ଥା କରୁଛନ୍ତି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି ଯାଇଥିବା ବେଳେ ଏସବୁ ପାଇଁ ଆବେଦନକାରୀଙ୍କୁ ସମସ୍ତ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ଯେଉଁ ଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀ ନୂଆ ଜମି କିଣିବା ପାଇଁ ଆବେଦନ କରିଛନ୍ତି ସେମାନେ ତାହାର ସମସ୍ତ ତଥ୍ୟ ଶିକ୍ଷା ପରିଷଦକୁ ପୈଠ କରିବେ। ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ ଆବେଦନକାରୀ।

Leave A Reply

Your email address will not be published.