ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ମନରେଗା ମଜୁରି ମୁଣ୍ଡପିଛା ୨୦ ଟଙ୍କା ବଢିଲା

0

ବିଭିନ୍ନ ରାଜ୍ୟକୁ କେନ୍ଦ୍ର ଦେଲା ୪୪୩୧ କୋଟି ଟଙ୍କା


ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସଂକଟ କାଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ଏବଂ ସେମାନଙ୍କୁ ଅଧିକ ବେତନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ୪୪୩୧ କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ଏହା ସହିତ ଏହି ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରି ଏପ୍ରିଲ ପହିଲାରୁ ଜଣପିଛା ଦୈନିକ ହାରାହାରି ୨୦ ଟଙ୍କା ବୃଦ୍ଧି କରାଯାଇଛି ।

ଏହି ଯୋଜନାରେ ତଫସିଲଭୁକ୍ତ ଜାତି, ଜନଜାତି, ଗରିବ, କ୍ଷୁଦ୍ର ଓ ନାମପାତ୍ର ଚାଷୀ ଏବଂ ମହିଳା ପ୍ରଧାନ ପରିବାରର ମହିଳାମାନେ ଅଧିକ ସଂଖ୍ୟାରେ କାମ କରି ସିଧାସଳଖ ଉପକୃତ ହୋଇଥାନ୍ତି । ସେମାନଙ୍କୁ ଏଭଳି ସଂକଟ କ୍ଷଣରେ କାମ ଯୋଗାଇବା ସହ ଅଧିକ ମଜୁରି ପ୍ରଦାନ କରି ସରକାର ଉପକୃତ କରିବାକୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ସାମ୍ପ୍ରତିକ ସମୟରେ ଏମଜି-ଏନଆରଇଜିଏସକୁ ରାଜ୍ୟ ସରକାର ଓ ଜିଲ୍ଲା କର୍ତ୍ତୃପକ୍ଷ ଆବଶ୍ୟକ ପରାମର୍ଶ ଓ ବିଚାର ଆଲୋଚନା କରି କାର‌୍ୟ୍ୟକାରୀ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଲକଡାଉନ ସମୟରେ ଏହାକୁ କାର‌୍ୟ୍ୟକାରୀ କରିବାବେଳେ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ନିୟମ ଯେପରି ଉପଯୁକ୍ତଭାବେ ପାଳନ କରାଯିବ ସେଥିପ୍ରତି ସତର୍କଦୃଷ୍ଟି ରଖିବାକୁ କୁହାଯାଇଛି ।

Leave A Reply

Your email address will not be published.