ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ରେକର୍ଡ କରି ଦେଖାଇଲେ ନବୀନ

0
  • କରୋନା ପାଇଁ ଦେଶର ପ୍ରଥମ କୋଭିଡ ହସ୍ପିଟାଲ ଓଡ଼ିଶାରେ ପ୍ରସ୍ତୁତ
  • ୨ଟି ମେଡିକାଲରେ ୬୫୦ ଶଯ୍ୟାରେ ଚିକିତ୍ସିତ ହୋଇପାରିବେ ରୋଗୀ
  • ବୁଝାମଣାର ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେଲା
  • କିମ୍ସ ଓ ଅଶ୍ବିନୀକୁ ଓଡ଼ିଶା ଖଣି ନିଗମ ସମର୍ଥନ ଦେଇଛି ସହାୟତା
  • ମୁଖ୍ୟମନ୍ତ୍ରୀ ଡାକ୍ତର ଓ ପାରାମେଡିକ୍ସଙ୍କ ସହିତ କଥା ହେଲେ

ଭୁବନେଶ୍ବର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଗୋଟିଏ ଦଫାରେ ୬୫୦ ଶଯ୍ୟା ବିଶିଷ୍ଟ ୨ଟି ମେଡିକାଲକୁ କାର୍ଯ୍ୟକ୍ଷମ କରାଇବାରେ ସକ୍ଷମ ହୋଇଛନ୍ତି। କୋଭିଡ ହସ୍ପିଟାଲ ନାମରେ ଏହାର ନାମକରଣ କରାଯାଇଛି। ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ଯଥାକ୍ରମେ କିମ୍ସ ଓ ଅଶ୍ବିନୀରେ ଏହି ସେବା ଉପଲବ୍ଧ ହେବ। ଏଥିସହିତ କରୋନା ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି।

କିମ୍ସ ନିକଟରେ କର୍ତ୍ତୃପକ୍ଷ ୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି। ଦ୍ବିତୀୟଟି କଟକ ଅଶ୍ବିନୀ ହସ୍ପିଟାଲ ନିକଟରେ ୧୫୦ ଶଯ୍ୟା ବିଶିଷ୍ଚ ମେଡିକାଲ ଅଟେ। ଉଭୟ ମେଡିକାଲକୁ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ସ ଓ ଅଶ୍ବିନୀ ହସ୍ପିଟାଲ କର୍ତୃପକ୍ଷଙ୍କୁ ଏତେ ଶୀଘ୍ର କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ପାରାମେଡିକ୍ସ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା କରି କରୋନା ପାଇଁ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଥିଲେ।

ଏହି ମେଡିକାଲରେ କେବଳ କରୋନା ରୋଗୀ ଚିକିତ୍ସିତ ହେବେ। ପୂର୍ବରୁ ରାଜ୍ୟ ସରକାର ଏଠାରେ ମାଗାଣା ଚିକିତ୍ସା ସଂପର୍କରେ ଘୋଷଣା କରିସାରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନ୍ୟ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସମ୍ କର୍ତୃପକ୍ଷଙ୍କ ସହଯୋଗରେ ହେଉଛି ଓ ଏହା ଆସନ୍ତା ୩ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ଲାଗି ଏମସିଏଲ୍ କର୍ତୃପକ୍ଷ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.