ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ଗମ୍ଭୀରତା ବଢିଲା, ଦିନକରେ ୪ କରୋନା ପଜିଟିଭ୍

0

ଭୁବନେଶ୍ବର: ସବୁ ରାଜ୍ୟ ଆଗଉଥିଲେ। ଓଡ଼ିଶା ସ୍ଥିତି ଯେମିତିକୁ ସେମିତି ଥିଲା। ହଠାତ୍ ୪୮ ଘଣ୍ଟା ଧରି ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି କରୋନା। ଗତ ଦୁଇ ଦିନରେ ଦୁଇଟି ପଜିଟିଭ୍ ବାହାରିଥିଲା। ଆଜି ଗୋଟିଏ ଦିନରେ ୪ ଜଣଙ୍କ ନିକଟରେ କରୋନା ଭୁତାଣୁ ପଜିଟିଭ୍ ବାହିରଥିବା ସୂଚନା ମିଳିଛି। ପ୍ରଥମେ କଟକର ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିବା ବେଳେ, ସନ୍ଧ୍ୟାରେ ବିଭାଗ ଜଣାଇଛି ଯେ ଆଉ ତିନି ଜଣଙ୍କ ନିକଟରେ କରୋନା ପଜିଟିଭ୍ ଭୁତାଣୁ ଚିହ୍ନଟ ହୋଇଛି। ଏ ତିନି ଜଣଯାକ ଭୁବନେଶ୍ବର ବମିଖାଲ ଅଞ୍ଚଳର ବୋଲି କୁହାଯାଇଛି। ଏଥିସହିତ ଓଡ଼ିଶାରେ କୋଭିଡ୍-୧୯ ସଂଖ୍ୟା ୯ରେ ପହଞ୍ଚିଛି। ଆଜିକୁ ମିଶାଇ ମୋଟ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କଟକରେ ଯେଉଁ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ, ସେ ନୂଆଦିଲ୍ଲୀରୁ ଫେରିଥିବା ସୂଚନା ମିଳିଥିଲା। ତାଙ୍କ ଭ୍ରମଣ ଇତିହାସ ଜାଣିବା ସହିତ ତାଙ୍କ ସହିତ ଆଉ କେଉଁମାନେ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କୁ ଏବେ ଖୋଜାଯାଉଛି। ତାଙ୍କ ପରିବାର ଲୋକଙ୍କର ପୃଥକାବାସ କରାଯାଇଛି।

ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସମସ୍ତଙ୍କୁ ଘରେ ରହିବା ଲାଗି ଆଜି ସ୍ବାସ୍ଥ୍ୟ ବିଭାଗ ପୁଣି ଥରେ ସତର୍କ କରାଇ ଦେଇଛି। ସମସ୍ତେ ନିଜ ନିଜ ଘରେ ରହି ନିଜର ଓ ପରିବାରର ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଲାଗି ପରାମର୍ଶ ଦେଇଛନ୍ତି ସରକାର।

Leave A Reply

Your email address will not be published.