ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବିଗୁଡୁଛି: ଗୋଟିଏ ଦିନରେ ୧୫ ପଜିଟିଭ୍

0
  • ସୂର୍ଯ୍ୟନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆଉ ୭ଙ୍କ ନମୁନା ପଜିଟିଭ୍
  • ବମିଖାଲରେ ତିନିଜଣ, କଟକରେ ଜଣଙ୍କ ନମୁନାରେ ଆସିଥିଲା ପଜିଟିଭ୍
  • ରାତିରେ ଭଦ୍ରକର ଦୁଇଜଣ, ପୁରୀ ଓ ଯାଜପୁରର ଜଣେ ଲେଖାଏଁ ସଂକ୍ରମିତ ସୂଚନା
  • ଓଡ଼ିଶାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା, ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

ଭୁବନେଶ୍ବର: ଗୋଟଚିଏ ଦିନରେ ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି କରୋନା। ଗତ ଦୁଇ ଦିନରେ ଦୁଇଟି ପଜିଟିଭ୍ ବାହାରିଥିଲା। ଆଜି ଗୋଟିଏ ଦିନରେ୧୫ ଜଣଙ୍କ ନିକଟରେ କରୋନା ଭୁତାଣୁ ପଜିଟିଭ୍ ବାହାରିଥିବା ସୂଚନା ମିଳିଛି। ପ୍ରଥମେ କଟକର ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିବା ବେଳେ, ସନ୍ଧ୍ୟାରେ ବିଭାଗ ଜଣାଇଥିଲା ଯେ ଆଉ ତିନି ଜଣଙ୍କ ନିକଟରେ କରୋନା ପଜିଟିଭ୍ ଭୁତାଣୁ ଚିହ୍ନଟ ହୋଇଛି। ଏ ତିନି ଜଣଯାକ ଭୁବନେଶ୍ବର ବମିଖାଲ ଅଞ୍ଚଳର। ଏହାକୁ ନେଇ ଚିନ୍ତା ସରିନଥିଲା, ସ୍ବାସ୍ଥ୍ୟ ବିଭାଗ ବିଳମ୍ବିତ ରାତିରେ ଛାତି ଦୁଲୁକେଇଦେଲା ଭଳି ଖବର ଦେଇଛି।

ଭୁବନେଶ୍ବର ସୂର୍ଯ୍ୟନଗର କରୋନା ଆକ୍ରାନ୍ତଙ୍କ ପତ୍ନୀ ଓ ଝିଅଙ୍କ ସମେତ ମୋଟ ୭ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେହିଭଳି ପୁରୀ, ଓ ଯାଜପୁରରେ ଆଜି କରୋନା ଉପସ୍ଥିତି ଜଣାପଡିଛି। ଉଭୟ ସହରରେ ଗୋଟିଏ ଲେଖାଏଁ କରୋନା ନମୁନା ପଜିଟିଭ୍ ଆସିିଛି। ଭଦ୍ରକରେ ମଧ୍ୟ ଆଉ ଦୁଇଟି ନମୁନା ପଜିଟିଭ୍ ଆସିଛି। ଏହିପରି ମୋଟ ୧୫ଟି ନମୁନା ଆଜି ଦିନକରେ ପଜିଟିଭ୍ ହେବା ସହିତ ଓଡ଼ିଶାର ସଂଖ୍ୟା ଏକାଥରକେ ୫ରୁ ଯାଇ ୨୦ ଛୁଇଁଛି।

କଟକରେ ଯେଉଁ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ, ସେ ନୂଆଦିଲ୍ଲୀରୁ ଫେରିଥିବା ସୂଚନା ମିଳିଥିଲା। ତାଙ୍କ ଭ୍ରମଣ ଇତିହାସ ଜାଣିବା ସହିତ ତାଙ୍କ ସହିତ ଆଉ କେଉଁମାନେ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କୁ ଏବେ ଖୋଜାଯାଉଛି। ସେହପରି ବମିଖାଲରେ ସଂକ୍ରମିତ ତିନି ଜଣ ବ୍ୟକ୍ତି ସଂପର୍କୀୟ ଭାଇ ବୋଲି ସୂଚନା ମିଳିଛି। ରାତିରେ ଆସିଥିବା ୧୧ଟି ନମୁନା ମଧ୍ୟରୁ ବାକି ୪ଟି ଭ୍ରମଣ ଇତିହାସ ବା କିଭଳି ସେମାନେ ସଂକ୍ରମିତ ହେଲେ, ସେ ସୂଚନା ମିଳିନାହିଁ। ପ୍ରଶାସନ କିନ୍ତୁ ଆଜି ଭୁବନେଶ୍ବର ବମିଖାଲ ଅଞ୍ଚଳକୁ ସିଲ୍ କରିଦେଇଛି।

ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସମସ୍ତଙ୍କୁ ଘରେ ରହିବା ଲାଗି ଆଜି ସ୍ବାସ୍ଥ୍ୟ ବିଭାଗ ପୁଣି ଥରେ ସତର୍କ କରାଇ ଦେଇଛି। ସମସ୍ତେ ନିଜ ନିଜ ଘରେ ରହି ନିଜର ଓ ପରିବାରର ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଲାଗି ପରାମର୍ଶ ଦେଇଛନ୍ତି ସରକାର। ଆଜି ସରକାର ରାତି ୮ଟାରୁ ଭୁବନେଶ୍ବର, କଟକ ଓ ଭଦ୍ରକକୁ ୪୮ ଘଣ୍ଟା ପାଇଁ ସଟ ଡାଉନ କରିଛନ୍ତି। ଏହାକୁ ମାନିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ତେବେ ସଂକ୍ରମିତ ହୋଇଥିବା ପ୍ରଥମ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୩୯୫ଟି ନମୁନା ପରୀକ୍ଷା ହୋଇଛି। ସେ ମଧ୍ୟରୁ ଆଜି ୨୮୨ଟି ନମୁନା ପରୀକ୍ଷା ହୋଇଥିଲା। ୧୫ଟି ପଜିଟିଭ୍ ବାହାରିଛି।

Leave A Reply

Your email address will not be published.