ପ୍ରମୁଖ ଖବର

ଆସନ୍ତାକାଲିଠୁ +୨ ଖାତା ଦେଖା ଆରମ୍ଭ, ମେ’ ୧୫ ସୁଦ୍ଧା ରେଜଲ୍ଟ
୪୧ ଟଙ୍କା କମିଲା କମର୍ସିଆଲ ଗ୍ୟାସ ଦର
ଦୁଷ୍କର୍ମ ଅଭିଯୁକ୍ତ ପାଦ୍ରୀ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡ
କିଟ୍‌‌ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ
କଟକ ଦୋଳମୁଣ୍ଡାଇରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା
ଓଡ଼ିଶା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଏସସିବିରେ ଚାକିରି ଦେବା ଘଟଣାରେ ଆଉ ୨ ଗିରଫ

0

କଟକ: କଟକ ବଡ ମେଡିକାଲରେ ଚାକିରି ବିକ୍ରି ପ୍ରସଙ୍ଗରେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତିଙ୍କୁ ବାନ୍ଧିଛି ପୋଲିସ୍। ପୂର୍ବରୁ ୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛି ମଙ୍ଗଳାବାଗ ପୋଲିସ୍ । ଏଥିସହିତ ସହିତ ଗିରଫଦାରୀ ୪କୁ ପହଞ୍ଚିଛି।
ତେବେ ଦୁଇ ଅଭିଯୁକ୍ତ ଏସସିବିରେ ନିୟୋଜିତ ହୋଇଥିବା ଘରୋଇ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀ ଦେବାଶିଷ ଦାଶ ଓ ଅକ୍ଷୟ ପ୍ରଧାନ।ଏମାନେ ଚାକିରି ଦେବା ନାଁରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି। ଏମାନେ ପୂର୍ଵରୁ ଗିରଫ ହୋଇଥିବା ଅର୍ପିତ ଓ ଅର୍ଜିତଙ୍କ ସହଯୋଗୀ ଥିବା ଜଣାପଡିଛି।

ତେବେ କହିରଖୁଛୁ, ଗତ ଦୁଇ ଦିନ ତଳେ କଟକ ମଙ୍ଗଳାବାଗ ପୋଲିସ ଚାକିରି ଠକେଇର ସୁରାକ ପାଇ ଦୁଇ ଅଭିଯୁକ୍ତ ଭାଇ ଅର୍ଜିତ୍ ମହାନ୍ତି ଏବଂ ଅର୍ପିତ୍‌ ମହାନ୍ତିଙ୍କୁ ଗିରଫ କରିଥିଲା। ରାଜ୍ୟର ସରକାରୀ ମେଡିକାଲ ଗୁଡିକରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। କେବଳ ଚାକିରି କରାଇ ଦେବା କହି ଲୋକଙ୍କ ଠାରୁ ଟଙ୍କା ଠକି ନାହାଁନ୍ତି ବରଂ ଅର୍ଥ କାରବାର କରି ଅନେକ ଅଯୋଗ୍ୟ ଲୋକଙ୍କୁ ଚାକିରି ମଧ୍ୟ କରାଇ ଦେଇଥିଲେ।

Leave A Reply

Your email address will not be published.