ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଏସସିବିରେ ଚାକିରି ଦେବା ଘଟଣାରେ ଆଉ ୨ ଗିରଫ

0

କଟକ: କଟକ ବଡ ମେଡିକାଲରେ ଚାକିରି ବିକ୍ରି ପ୍ରସଙ୍ଗରେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତିଙ୍କୁ ବାନ୍ଧିଛି ପୋଲିସ୍। ପୂର୍ବରୁ ୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛି ମଙ୍ଗଳାବାଗ ପୋଲିସ୍ । ଏଥିସହିତ ସହିତ ଗିରଫଦାରୀ ୪କୁ ପହଞ୍ଚିଛି।
ତେବେ ଦୁଇ ଅଭିଯୁକ୍ତ ଏସସିବିରେ ନିୟୋଜିତ ହୋଇଥିବା ଘରୋଇ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀ ଦେବାଶିଷ ଦାଶ ଓ ଅକ୍ଷୟ ପ୍ରଧାନ।ଏମାନେ ଚାକିରି ଦେବା ନାଁରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି। ଏମାନେ ପୂର୍ଵରୁ ଗିରଫ ହୋଇଥିବା ଅର୍ପିତ ଓ ଅର୍ଜିତଙ୍କ ସହଯୋଗୀ ଥିବା ଜଣାପଡିଛି।

ତେବେ କହିରଖୁଛୁ, ଗତ ଦୁଇ ଦିନ ତଳେ କଟକ ମଙ୍ଗଳାବାଗ ପୋଲିସ ଚାକିରି ଠକେଇର ସୁରାକ ପାଇ ଦୁଇ ଅଭିଯୁକ୍ତ ଭାଇ ଅର୍ଜିତ୍ ମହାନ୍ତି ଏବଂ ଅର୍ପିତ୍‌ ମହାନ୍ତିଙ୍କୁ ଗିରଫ କରିଥିଲା। ରାଜ୍ୟର ସରକାରୀ ମେଡିକାଲ ଗୁଡିକରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। କେବଳ ଚାକିରି କରାଇ ଦେବା କହି ଲୋକଙ୍କ ଠାରୁ ଟଙ୍କା ଠକି ନାହାଁନ୍ତି ବରଂ ଅର୍ଥ କାରବାର କରି ଅନେକ ଅଯୋଗ୍ୟ ଲୋକଙ୍କୁ ଚାକିରି ମଧ୍ୟ କରାଇ ଦେଇଥିଲେ।

Leave A Reply

Your email address will not be published.