ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଏନ୍‌କାଉଣ୍ଟରରେ ୧୨ ମାଓବାଦୀ ନିହତ

0

ଛତିଶଗଡ: ଛତିଶଗଡର ଦାନ୍ତେୱାଡା ଜିଲା ସୀମାରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ପୁଲିସକୁ ବଡ଼ ସଫଳତା ମିଳିଛି । ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଏପର୍ଯ୍ୟନ୍ତଏନ୍‌କାଉଣ୍ଟରରେ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି।

ମାଓବାଦୀ ବିରୋଧୀ ସର୍ଚ୍ଚ ଅପରେସନରେ ଏସ୍‌ଟିଏଫ୍‌-ସିଆର୍‌ପିଏଫ୍‌ର ମିଳିତ ଟିମ୍‌ ନାରାୟଣପୁର, ଦାନ୍ତେୱାଡା, ଜଗଦଲପୁର, କୋଣ୍ଡାଗାଓନ ଜିଲାର ଡିଆର୍‌ଜି ସହିତ ଦକ୍ଷିଣ ଆବୁଜମାଦ ଅଞ୍ଚଳକୁ ଯାଇଥିଲା। ଏଠାରେ ମାଓବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଗୁରୁବାର ଭୋର ୩ଟାରୁ ମିଳିତ ସୁରକ୍ଷା ବାହିନୀ ଦଳ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଚଳାଇଥିବା ବେଳେ ମାଓବାଦୀମାନେ ତାଙ୍କ ଉପରକୁ ଗୁଳିମାଡ଼ ଆରମ୍ଭ କରିଥିଲେ। ଏଥି ସହିତ ମାଓବାଦୀମାନଙ୍କ ଗୁଳି ବିନିମୟରେ ପୋଲିସ କର୍ମଚାରୀମାନେ ଉପଯୁକ୍ତ ଜବାବ ଦେଉଛନ୍ତି। ସୁରକ୍ଷା ବାହିନୀ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.