ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା

0

ସୁନ୍ଦରଗଡ: ସୀମା ଟପିଲା ବର୍ବରତା। ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ମାରିଦେଲେ ଦୁର୍ବୃତ୍ତ। ସୁନ୍ଦରଗଡ ଜିଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଘଟିଯାଇଛି ଅଭାବନୀୟ ଘଟଣା। ସେଠାରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସଭିଏଁ ଲୁଟ୍‌ ଉଦ୍ଦେଶ୍ୟରେ ବୋଲି ଭାବୁଥିଲେ ହେଁ ଏହା ଅନ୍ୟ ଏକ ଦିଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ମୃତ ମହିଳାଙ୍କ ନାଁ ସୋମ୍ୟାମୟୀ ବେହେରା। ତାଙ୍କୁ ପ୍ରାୟ ୩୦ ବର୍ଷ ହୋଇଥିଲା। ସେ ୭ ମାସର ଗର୍ଭବତୀ ଥିଲେ।

ଘଟଣା ଅନୁଯାୟୀ, ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଦେବେନ ବେହେରା ଓ ତାଙ୍କ ସ୍ତ୍ରୀ ଶୋଇଥିଲେ। ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ଦେବେନଙ୍କ ସ୍ତ୍ରୀ ସୋମ୍ୟାମୟୀ ବାହାରିବା ସମୟରେ କେହି ମୁଖ୍ୟ ଦ୍ୱାରରେ କବାଟ ବାଡେଇବା ଶବ୍ଦ ଶୁଣି କବାଟ ଖୋଲିଥିଲେ । ସେ କବାଟ ଖୋଲିବା ମାତ୍ରେ ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ତେଣୁ ସେ ଜୋରରେ ପାଟି କରିଥିଲେ। ଏହା ଦେଖି ଦୁର୍ବୃତ୍ତ ଦ୍ୱୟଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି କରି ଦେଇଥିଲେ। ତା’ପରେ ସେମାନେ ଦୌଡ଼ି ପଳାଇଥିଲେ। ପରେ ତାଙ୍କ ଚିତ୍କାର ଓ ଗୁଳି ଫୁଟିବା ଶବ୍ଦ ଶୁଣି ଦେବେନ ବାହାରକୁ ଆସିଥିଲେ। ବାହାରକୁ ଆସି ଦେଖିଲାବେଳକୁ ସୋମ୍ୟା ତଳେ ପଡି ଛଟପଟ ହେବା ସହ ପ୍ରବଳ ରକ୍ତସ୍ରାବ ହେଉଛି। ଏହା ଦେଖି ସେ ପାଖ ପଡୋଶୀଙ୍କୁ ଡାକିଥିଲେ। ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିବା ବେଳକୁ ସୋମ୍ୟାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ନିଆ ସାରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲୁଟ ପାଇଁ ହତ୍ୟା ନା ଅନ୍ୟ କୌଣସି କାରଣ ରହିଛି ସେନେଇ ଟିକାୟତପାଲି ପୋଲିସ ତଦନ୍ତ ଜାରି ରଖିଛି।

ଘଟଣା ଦେଖି ତାଙ୍କ ସ୍ବାମୀ ଅତ୍ୟନ୍ତ ମର୍ମାହତ ଅଛନ୍ତି। ତେଣୁ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି। ମୃତା ମହିଳା ୭ ମାସର ଗର୍ଭବତୀ ଥିଲେ ଓ ଏହା ତାଙ୍କର ପ୍ରଥମ ଗର୍ଭ ଥିଲା ।

Leave A Reply

Your email address will not be published.