ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ

0

ତେଲଙ୍ଗାନା: ଥିଏଟରରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗତକାଲି ଏହି ଅଭିନେତାଙ୍କୁ ପୋଲିସ ଗିରଫ କରିଥିଲା ଏବଂ ପରେ ତାଙ୍କୁ ୧୪ ଦିନିଆ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ତେଲଙ୍ଗାନା କୋର୍ଟ ଅଲ୍ଲୁଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହା ସତ୍ତ୍ୱେ ଅଭିନେତାଙ୍କୁ ଜେଲରେ ରାତି କଟାଇବାକୁ ପଡିଥିଲା। କିନ୍ତୁ ବର୍ତ୍ତମାନ ସେ ଜେଲରୁ ବାହାରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ଜାମିନ ମିଳିଥିଲେ ହେଁ କାଗଜପତ୍ର କାର୍ଯ୍ୟରେ ବିଳମ୍ବ ହେବାରୁ ତାଙ୍କୁ ଜେଲରେ ରାତି କାଟିବାକୁ ପଡ଼ିଥିଲା।

ନାମପଲି କୋର୍ଟ ଅଲୁ ଅର୍ଜୁନଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲେ। ଏହା ପରେ ତାଙ୍କୁ ଗତକାଲି ଚଞ୍ଚଲଗୁଡା କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା। ଏହି ଗୋଟିଏ ରାତି ପାଇଁ ଜେଲରେ ଅଲ୍ଲୁଙ୍କ ପରିଚୟ କଏଦୀ ନମ୍ବର ୭୬୯୭ ରହିଥିଲା। ସେ ଜେଲରେ ଖାଦ୍ୟ ଗ୍ରହଣ କରି ନ ଥିଲେ। ସାରା ରାତି ଉପାସ ରହିଥିଲେ ଏବଂ ଚଟାଣରେ ଶୋଇଥିଲେ। ବିଚାରାଧୀନ କଏଦୀ ହିସାବରେ ପୁଲିସ ତାଙ୍କୁ ମଞ୍ଜୀରା ବାରାକର କ୍ଲାସ-୧ କୋଠରୀରେ ରଖିଥିଲା। ପରେ ଅଭିନେତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ତେଲେଙ୍ଗାନା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହି ଅଭିନେତାଙ୍କୁ ଚାରି ସପ୍ତାହ ପାଇଁ ଜାମିନ ପ୍ରଦାନ କରାଯାଇଛି।

Leave A Reply

Your email address will not be published.