ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର

0

ନୂଆଦିଲ୍ଲୀ; ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର। ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨ୟ ର଼୍ୟାଙ୍କ ପାଇଥିବା ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସେହିପରି ୨୪ ନମ୍ବର ର଼୍ୟାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି। ସେହିପରି ୩୬ ନଂ ର଼୍ୟାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର ମିଳିଛି।। ଅନ୍ୟ ୮ଜଣଙ୍କୁ ଓଡ଼ିଶା କ୍ୟାଡର୍‌ ମିଳିଛି।

ଓଡିଶା କ୍ୟାଡର ୟୁପି ଏସ ସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରସନିକ ସେବା ତଥା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ପାଇଥିଲେ ଅନିମେଶ ପ୍ରଧାନ। ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିବା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ରୁଚି ରଖିଥିବା ସେ କହିଥିଲେ।

୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍‌ ବକ୍ସିଙ୍କୁ ଓଡ଼ିଶା କ୍ୟାଡର। ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା’ଙ୍କୁ ଓଡ଼ିଶା କ୍ୟାଡର। ୭୧ ନଂ ରାଙ୍କରେ ଥିବା କେରଳର ଫବି ରସିଦଙ୍କୁ ଓଡ଼ିଶା କ୍ୟାଡର। ୧୨୫ନଂ ରାଙ୍କରେ ଥିବା ରାଜସ୍ଥାନର ମୃଣାଳିକା ରାଠୋରଙ୍କୁ ଓଡ଼ିଶା କ୍ୟାଡର। ୨୦୪ ନଂ ରାଙ୍କରେ ଥିବା ଦିଲ୍ଲୀର ଶୁଭ୍ରା ପଣ୍ଡାଙ୍କୁ ଓଡ଼ିଶା କ୍ୟାଡର। ୨୩୯ନଂ ରାଙ୍କରେ ଥିବା ୟୁପିର ପୱନ କୁମାରଙ୍କୁ ଓଡ଼ିଶା କ୍ୟାଡର। ୨୫୮ନଂ ରାଙ୍କର ମହାରାଷ୍ଟ୍ରର ବି.ଏସ୍ କଲ୍ୟାଣରାଓଙ୍କୁ ଓଡ଼ିଶା କ୍ୟାଡର ମିଳିଛି।

Leave A Reply

Your email address will not be published.