ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଓଲଟିଲା ଯାତ୍ରୀବାହୀ ବସ୍

0

ବେଗୁନିଆ: ବାଘମାରି ନିକଟରେ ଓଲଟିଲା ଯାତ୍ରୀବାହୀ ବସ। ଛୋଟ ପିଲା ସମେତ ୭ରୁ ୮ ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତି ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି।

ସୂଚନା ଅନୁଯାୟୀ ଗଞ୍ଜାମ ସୋରଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଚକାଡୋଳା ନାମକ ଯାତ୍ରୀବାହୀ ବସଟି ଖୋର୍ଦ୍ଧା- ବଲାଙ୍ଗିରୀ ୫୭ ନଂ ଜାତୀୟ ରାଜପଥର ବାଘମାରି ନିକଟରେ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକା ଦେଇ ଓଲଟି ପଡିଥିଲା। ଏହି ଦୁର୍ଘଟଣା ରାତି ପ୍ରାୟ ଅଢେଇଟା ସମୟରେ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବସଟି ଓହ୍ଲାଇବା ଗେଟ ପଟ ମାଟି ଉପରେ ଚାପି ହୋଇ ରହିବା କାରଣରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଏକ ଜେସିବି ସାହାଯ୍ୟରେ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି। ଆହତମାନଙ୍କୁ ସ୍ଥାନୀୟ ଯୁବକ ଓ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ଜଣାପଡିଛି।

ବସରେ ପ୍ରାୟ ୬୦ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ଜଣେ ଶିଶୁ ସହ ୮ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ଦୁର୍ଘଟଣାର କାରଣ କଣ ତାହା ସ୍ପଷ୍ଟ ହୋଇନଥିବା ବେଳେ ଡ୍ରାଇଭରର ଆଖି ଲାଗିଯିବା କିମ୍ବା କୁହୁଡି କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.