ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ। ମହୁମାଛିଠୁ ବର୍ତ୍ତିବାକୁ ଦୌଡ଼ିଛନ୍ତି କଂଗ୍ରେସ କର୍ମୀ। ବିଚ୍ ରାସ୍ତା ଉପରେ ମହୁମାଛି ଜୋରଦାର ଆକ୍ରମଣ କରିଛନ୍ତି।
ସୂଚନା ଅନୁଯାୟୀ, ବିଚ୍ ରାସ୍ତା ଉପରେ ମହୁମାଛି ମାନେ ଜୋରଦାର ଆକ୍ରମଣ କରିଛନ୍ତି। ମହୁମାଛିଠୁ ବର୍ତ୍ତିବାକୁ ଦୌଡ଼ିଛନ୍ତି କଂଗ୍ରେସ କର୍ମୀ। ମହୁମାଛି ପାଇଁ ନାକେଦମ୍ ହେଲେ ପୋଲିସ୍ ଏବଂ କଂଗ୍ରେସ କର୍ମୀ। ଏଥିସହ ହଟହଟା ହୋଇଛନ୍ତି ଖବର ସଂଗ୍ରହ କରୁଥିବା ସାମ୍ବାଦିକ।

ତେବେ ୧୦ ଲକ୍ଷ ଲାଞ୍ଚ ଅଭିଯୋଗରେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ର ଓ ଯୁବ କଂଗ୍ରେସ ଆନ୍ଦୋଳନ କରିଥିଲେ। ବିଷ୍ଣୁପଦଙ୍କୁ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ଅପରପକ୍ଷରେ ମହୁମାଛି ଆକ୍ରମଣ ରେ ଛତ୍ର ଭଙ୍ଗ ଦେଇଥିବା କଂଗ୍ରେସ କର୍ମୀ ପରବର୍ତ୍ତୀ ସମୟ ରେ ପୁଣି ଥରେ ରାଜରାସ୍ତାକୁ ଆସି ଆନ୍ଦୋଳନ ଚଳାଇଥିଲେ।

Leave A Reply

Your email address will not be published.