ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ହାତୀ ଦାନ୍ତ ଜବତ ବେଳେ ବନ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ

0

ରାୟଗଡା: ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ବନ ବିଭାଗ ଟିମ୍ ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବାକୁ ଯାଇଥିବା ବେଳେ ବନବିଭାଗ ଟିମ୍‌ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ।

ପୋଲିସ ତଦନ୍ତ କରୁଥିବା ବେଳେ ପୋଲିସ ଉପରକୁ ଗୁଳିକାଡ କରିଥିଲେ ଦାନ୍ତ ତସ୍କର। ବନବିଭାଗ ହାତୀଦାନ୍ତ ଚୋରା ଚାଲାଣ ହେଉଥିବା ସୂଚନା ପାଇଁ ଚଢ଼ାଉ ବେଳେ ଗୁଳିମାଡ଼ କରିଥିଲେ ଚାଲାଣକାରୀ।

ଏଥିପାଇଁ ବନ ବିଭାଗ ଏସ୍‌ଟିଏଫ୍ ସହାୟତାରେ ପାତ୍ରଗୁଡା ନିକଟରୁ ହାତୀଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି। ହାତୀଦାନ୍ତ ଉଦ୍ଧାର କରି ଫେରିବା ବାଟରେ ବନବିଭାଗ ଗାଡି ଉପରକୁ ୪ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିଲେ। ତେବେ ସମସ୍ତ ଗୁଳି ବନବିଭାଗ ଗାଡ଼ିରେ ବାଜିଥିବା ବେଳେ ଗାଡିର କାଚ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି। ଏଥିରେ କୌଣସି ବନକର୍ମଚାରୀ ଆହତ ହୋଇନଥିବା ସୂଚନା ମିଳିଛି।

Leave A Reply

Your email address will not be published.