ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନିଜ ମା’ଙ୍କ ସହ ୪ ଭଉଣୀଙ୍କୁ ବ୍ଲେଡ୍‌ରେ କାଟି ହତ୍ୟା କଲେ ଭାଇ

0

ଲକ୍ଷ୍ନୌ: ବର୍ଷ ଆରମ୍ଭରୁ ରକ୍ତ ଛିଟା। ହୋଟେଲରୁ ପରିବାର ୫ ଜଣଙ୍କ ମୃତଦେହ ଉଦ୍ଧାର। ଲକ୍ଷ୍ନୌର ଏକ ହୋଟେଲ ରୁମରୁ ମୃତଦେହ ଉଦ୍ଧାର କଲା ପୋଲିସ। ହତ୍ୟା ଅଭିଯୋଗରେ ୨୪ ବର୍ଷୀୟ ଯୁବକଙ୍କୁ ଅଟକ ରଖିଛି ପୋଲିସ। ତା’ର ବାପା ବଦର ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହ କରୁଛି ପୁଲିସ। ହେଲେ ବଦରର କୌଣସି ପତ୍ତା ମିଳୁନି।ତେବେ ପାରିବାରିକ କଳହରୁ ଯୁବକ ଜଣଙ୍କ ହତ୍ୟା କରିଥିବା ନେଇ ସୂଚନା ମିଳିଛି। ମା’ ସହ ୪ ଭଉଣୀକୁ ନିଜେ ମାରିଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଥିବା ନେଇ ସୂଚନା ଦେଇଛି ପୋଲିସ।

ସୂଚନା ଅନୁଯାୟୀ, ଆଗ୍ରାରେ ରହୁଥିବା ପରିବାର ଏକ ହୋଟେଲରେ ରହୁଥିଲେ। ପୋଲିସର ସୂଚନାନୁସାରେ, ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ବ୍ଲେଡରେ କାଟି ହତ୍ୟା କରିଛନ୍ତି। ବର୍ତ୍ତମାନ ପୋଲିସ ଅର୍ଶଦଙ୍କୁ ଗିରଫ କରି ପଚରାଉଚରା କରୁଛି। ପ୍ରଥମେ ନିଜ ମାଆ ଓ ୪ ଭଉଣୀଙ୍କୁ ମଦ ଓ ଅନ୍ୟ ନିଶାଦ୍ରବ୍ୟ ଦେଲା। ସେମାନେ ଅଚେତ ହୋଇଯିବା ପରେ ଜଣ ଜଣ କରି ସମସ୍ତଙ୍କୁ ମାରିଦେଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇବା ପରେ ନିଜେ ଭିଡିଓ ଜାରି କରି କହିଲା ମୋ ମାଆ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ମାରିଦେଲି।

ପୋଲିସର ସୂଚନାନୁସାରେ, ଅର୍ଶଦ ତାଙ୍କ ମା ଆସମା ଏବଂ ଭଉଣୀ ଆଲଶିଆ (୧୯), ରହମେନ (୧୮), ଆକସା (୧୬) ଏବଂ ଆଲିଆ (୯) କୁ ହତ୍ୟା କରିଛନ୍ତି। ପାରିବାରିକ କଳହ ହେତୁ ଅର୍ଶଦ ତାଙ୍କ ମା ଏବଂ ଭଉଣୀମାନଙ୍କୁ ହତ୍ୟା କରିଛନ୍ତି। ପୋଲିସ ଏବଂ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଅର୍ଶଦ ନିଜ ଅପରାଧ ସ୍ୱୀକାର ମଧ୍ୟ କରିଛନ୍ତି, କିନ୍ତୁ ସେ ସମୟ ସମୟରେ ନିଜର ବିବୃତ୍ତିରେ ପରିବର୍ତ୍ତନ କରୁଛନ୍ତି।

Leave A Reply

Your email address will not be published.