ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

0

ପୁରୀ: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତରେ ରହିଥିଲେ ମଧ୍ୟ ଭୋର୍ ପ୍ରାୟ ୪ଟା ୧୦ରେ ଡ୍ରୋନ୍ ଉଡିଥିବା ଦେଖାଯାଇଛି। ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା। ମନ୍ଦିର ଉପରେ ଡ୍ରୋନ ଉଡିପାରିବ ନାହିଁ। ଶ୍ରୀମନ୍ଦିର ଭିତରେ ମୋବାଇଲରେ ଫଠୋ ଉଠାଯାଇପାରିବ ନାହିଁ। ନିୟମ କଡାକଡି ହୋଇଥିଲେ ମଧ୍ୟ ଏଥିରେ ଢିଲା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର କେମିତି ଉଡିଲା ଡ୍ରୋନ୍ ? କ’ଣ କରୁଥିଲେ ସୁରକ୍ଷା କର୍ମୀ? ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ ହୋଇଥିବା ବେଳେ କିପରି ଡ୍ରୋନ୍ ଉଡିଲା ସେନେଇ ଏବେ ତନାଘନା ଜୋର ଧରିଛି।

ସୂଚନା ଅନୁଯାୟୀ, ଆଜି ଭୋର୍ ୪ଟା ୧୦ ମିନିଟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା। ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏହାପରେ ୧୦୦ ଫୁଟ ଉଚ୍ଚକୁ ଯାଇ ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା। ନୀଳଚକ୍ର ଉପରେ ବୁଲିବା ସହ ଉତ୍ତର ଦ୍ୱାର ଗୁମୁଟ ଦେଇ ଶ୍ରୀଦାଣ୍ଡରୁ ଉଭାନ ହୋଇଯାଇଥିଲା।

ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନରେ କିପରି ଡ୍ରୋନ୍ ଉଡିଲା ସେନେଇ ଏବେ ତନାଘନା ଚାଲିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏନେଇ ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷାକୁ ବ୍ୟାଘାତ କଲେ ବରଦାସ୍ତ କରାଯିବନି। ଏନେଇ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ଏବେ ଡ୍ରୋନ୍ ଉଡାଣ ଘଟଣାରେ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କାର୍ଯ୍ୟକୁ ତ୍ବାରାନ୍ବିତ କରାଯାଇଛି। ବିଭିନ୍ନ ସ୍ଥନରେ ଟିମ୍ ଚଢାଉ କରି ତଦନ୍ତ ଚଳାଇଛି। ଖୁବଶୀଘ୍ର ଦୋଷୀ ଧରାପଡି ବୋଲି କହିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.