ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଗବେଷଣା କାର୍ଯ୍ୟ ପ୍ରଣାଳୀ ନେଇ ସୋଆରେ ଦଶ ଦିନିଆ କର୍ମଶାଳା

0

ଭୁବନେଶ୍ୱର: ଗବେଷଣା କରୁଥିବା ବ୍ୟକ୍ତି ବିଶେଷଙ୍କର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ସୋମବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଗବେଷଣା କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ଏକ ୧୦ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଗବେଷଣା କରୁଥିବା ଛାତ୍ରଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କୁ ଗବେଷଣା କ୍ଷେତ୍ରରେ ଆବଶ୍ୟକୀୟ ଦକ୍ଷତା ଓ ଜ୍ଞାନର ବୃଦ୍ଧି କରିବା ହିଁ ଏହି କର୍ମଶାଳାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସୋଆ ପରିଚାଳିତ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌)ର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା କହିଛନ୍ତି।

ଇଣ୍ଡିଆନ୍ କାଉନ୍‌ସିଲ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର୍‌)ର ପୃଷ୍ଠପୋଷକତା ଏବଂ ପ୍ରାଚୀନ୍ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ସାମାଜିକ ବିଜ୍ଞାନ ଏବଂ ମାନବିକ ଶିକ୍ଷା କ୍ଷେତ୍ରରେ ଗବେଷଣା କରୁଥିବା ବିଭିନ୍ନ ରାଜ୍ୟର ପ୍ରାୟ ୪୦ ଜଣ ଯୋଗ ଦେଇଥିଲେ।
ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗର ପୂର୍ବତନ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଆର୍ ଶିବପ୍ରସାଦ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗବେଷଣାର କାର୍ଯ୍ୟ ପ୍ରଣାଳୀ ଉପରେ ଗୁରୁତ୍ୱ ଦେବା ସହ ଏହା ଗବେଷଣାର ଗୁଣବତାକୁ ବୃଦ୍ଧି କରିଥାଏ ବୋଲି କହିଥିଲେ। ଗବେଷଣା କାର୍ଯ୍ୟ ପ୍ରଣାଳୀରେ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରି ସେ କହିଥିଲେ ଯେ କୌଣସି ଗବେଷଣା ବ୍ୟକ୍ତି କୈନ୍ଦ୍ରିକ ନୁହେଁ। ମିଳିତ ଉଦ୍ୟମରେ ଏହା ସଫଳ ହୋଇଥାଏ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସୋଆ ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟପ୍ରଣାଳୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ। ରଚନାତ୍ମକ ଏବଂ ଅଭିନବ ଚିନ୍ତାଧାରା ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ତେବେ ଏହି କାର୍ଯ୍ୟକୁ ବ୍ୟବସ୍ଥିତ ଢ଼ଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ। ଗୋଟିଏ ପିଏଚ୍‌ଡି ଡିଗ୍ରୀ ହାସଲ କରିବା ଗବେଷଣାର ଲକ୍ଷ୍ୟ ନୁହେଁ। ଗୋଟିଏ ଡକ୍ଟରେଟ୍ ଡିଗ୍ରୀ ହାସଲ କରିବାର ଅର୍ଥ ହେଉଛି ସେହି ବ୍ୟକ୍ତି ଜଣକ ବର୍ତମାନ ଅଧିକ ଗବେଷଣା କରିବା ନିମନ୍ତେ ପ୍ରଶିକ୍ଷିତ ବୋଲି ପ୍ରଫେସର ନନ୍ଦ କହିଥିଲେ।

କାର୍ଯ୍ୟକ୍ରମରେ ପ୍ରାଚୀନ୍‌ର ନୃତତ୍ୱ ଏବଂ ଜନଜାତି ଶିକ୍ଷା ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଏହି କର୍ମଶାଳାର କୋର୍ସ ଡାଇରେକ୍ଟର ଡକ୍ଟର ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.