ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ତେଲେଙ୍ଗାନାରେ ବସ୍‌ ଦୁର୍ଘଟଣା: ୪ ଓଡ଼ିଆ ମୃତ

0

ତେଲେଙ୍ଗାନା: ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା। ତେଲେଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଦୁର୍ଘଟଣା ଘଟିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ କଳାହାଣ୍ଡି ସିନାପାଲିରୁ ୩୨ ଜଣ ଶ୍ରମିକଙ୍କୁ ନେଇ ଗତକାଲି ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା ବସ୍‌। ବସ୍‌ଟି ରାତି ପ୍ରାୟ ୩ଟା ସମୟରେ ସୂର୍ଯ୍ୟାପେଟ-ଖମାମ ରାସ୍ତା ଅତିକ୍ରମ କରୁଥିଲା। ଉକ୍ତ ସମୟରେ ରାସ୍ତା ଉପରେ ଏକ ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ଦ୍ରୁତଗାମୀ ବସ୍‌ଟି ତାହାକୁ ପଛ ପଟୁ ପିଟିଥିଲା।

ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍‌ ଡ୍ରାଇଭର, ୨ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକ ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଆଉ କିଛି ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

Leave A Reply

Your email address will not be published.