ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଷ୍ଟିଲ ପ୍ଲାଣ୍ଟରେ ଚିମିନି ଭୁଶୁଡ଼ି ୪ ମୃତ

0

୨୫ରୁ ଅଧିକ ଶ୍ରମିକ ଦବିଥିବା ଆଶଙ୍କା
ଛତିଶଗଡ଼: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। ପ୍ଲାଣ୍ଟର ଚିମନୀ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଏବେ ବି ଅନେକ ଶ୍ରମିକ ଭୁଶୁଡ଼ି ପଡ଼ିଥିବା ଚିମନୀ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି।

ମୁଙ୍ଗେଲି ଏସ୍‌ପି ଭୋଜରାମ ପଟେଲ କହିଛନ୍ତି, ସାରଗାଓଁ ଅଞ୍ଚଳରେ ଥିବା କୁସୁମ ଷ୍ଟିଲ ପ୍ଲାଣ୍ଟରେ କାମ ଚାଲୁଥିବା ବେଳେ ମଧ୍ୟାହ୍ନ ସମୟରେ ଏହି ଅଘଟଣ ଘଟିଥିଲା। ପ୍ଲାଣ୍ଟରେ ଚିମନୀ ଭୁଶୁଡ଼ି ପଡ଼ିବାରୁ ଏହା ତଳେ କାର୍ଯ୍ୟରତ ଶ୍ରମିକମାନେ ଚାପି ହୋଇ ରହିଯାଇଥିଲେ। ଏନେଇ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା। ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ। ଷ୍ଟିଲ ପ୍ଲାଟର ଜିନିଷ ରଖିବାକୁ ସିଲୋର ବ୍ୟବହାର ହୋଇଥାଏ।

ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ କାର୍ଯ୍ୟରେ ମେସିନ ବ୍ୟବହାର କରି ଦୁଇ ଜଣକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମୁଙ୍ଗେଲି ଏସ୍‌ପି ଭୋଜରାମ ପଟେଲ କହିଛନ୍ତି।

Leave A Reply

Your email address will not be published.