ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ସୁଭଦ୍ରା ପୋର୍ଟାଲରୁ ନାମ ବାଦ ହୋଇଯାଇଥିଲେ କରିହେବ ପୁନଃସାମିଲ

0

ଭୁବନେଶ୍ୱର: ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମରୁ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ।

ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ ରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି। ତେଣୁ ଯେଉଁ ମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହିପରି ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ। ହେଲେ ଏବେ ବି ଦୁଇ ଲକ୍ଷ ରୁ ଊଦ୍ଧ୍ୱର୍ ଆବେଦନକାରୀ ସେମାନଙ୍କର ଇ-କେୱାସି (e-KYC) କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି। ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ। ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର କୁ ଯାଇ ବାୟୋମେଟି୍ରକ୍‌ (bio-metric) ପଦ୍ଧତିରେ ନିଜର ଇ-କେୱାସି କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.