ପୁରୀ: ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ସେବା କାର୍ଯ୍ୟ ବେଳେ ଟଳିପଡ଼ିଲେ ସେବାୟତ। ବୁଧବାର ଦ୍ବିପ୍ରହର ଧୂପ ପାଇଁ ରତ୍ନ ସିଂହାସନ ନିକଟରେ ପାଣି ପକାଉଥିବାବେଳେ ସୁଆରବଡୁ ସେବାୟତ ଜଗନ୍ନାଥ ମେକାପ ଟଳିପଡ଼ିଥିଲେ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ପାଇଁ ସିଂହାସନରେ ପାଣି ପକାଉଥିବା ସମୟରେ ଜଗନ୍ନାଥ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରି ଟଳି ପଡ଼ିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ଘୋଷଣା କରିଥିଲେ।
ଖବର ପାଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ବିନୀତ ଅଗ୍ରଓ୍ବାଲ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ୍ଙ୍କ ସହ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ସେବାୟତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଜଣେ ଯୁବ ସେବକ ଭାବେ ସ୍ୱର୍ଗତଃ ଜଗନ୍ନାଥ ଶାନ୍ତ ସ୍ୱଭାବର ଥିବାବେଳେ ମହାପ୍ରଭୁଙ୍କ ସେବାକୁ ଅତ୍ୟନ୍ତ ନିଷ୍ଠାର ସହ ସମ୍ପାଦିତ କରନ୍ତି। ଦୁଇବର୍ଷ ପୂର୍ବରୁ ଜଗନ୍ନାଥ ଛାତି ଜନିତ ରୋଗରେ ଚିକିତ୍ସିତ ହେଉଥିବା ବେଳେ ପରେ ସୁସ୍ଥ ହୋଇ ପୁର୍ନବାର ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିଲେ। କିନ୍ତୁ ଆଜି ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତ୍ ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଉଛି।
ପ୍ରମୁଖ ଖବର
ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ