ପୁରୀ: ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ସେବା କାର୍ଯ୍ୟ ବେଳେ ଟଳିପଡ଼ିଲେ ସେବାୟତ। ବୁଧବାର ଦ୍ବିପ୍ରହର ଧୂପ ପାଇଁ ରତ୍ନ ସିଂହାସନ ନିକଟରେ ପାଣି ପକାଉଥିବାବେଳେ ସୁଆରବଡୁ ସେବାୟତ ଜଗନ୍ନାଥ ମେକାପ ଟଳିପଡ଼ିଥିଲେ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ପାଇଁ ସିଂହାସନରେ ପାଣି ପକାଉଥିବା ସମୟରେ ଜଗନ୍ନାଥ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରି ଟଳି ପଡ଼ିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ଘୋଷଣା କରିଥିଲେ।
ଖବର ପାଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ବିନୀତ ଅଗ୍ରଓ୍ବାଲ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ୍ଙ୍କ ସହ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ସେବାୟତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଜଣେ ଯୁବ ସେବକ ଭାବେ ସ୍ୱର୍ଗତଃ ଜଗନ୍ନାଥ ଶାନ୍ତ ସ୍ୱଭାବର ଥିବାବେଳେ ମହାପ୍ରଭୁଙ୍କ ସେବାକୁ ଅତ୍ୟନ୍ତ ନିଷ୍ଠାର ସହ ସମ୍ପାଦିତ କରନ୍ତି। ଦୁଇବର୍ଷ ପୂର୍ବରୁ ଜଗନ୍ନାଥ ଛାତି ଜନିତ ରୋଗରେ ଚିକିତ୍ସିତ ହେଉଥିବା ବେଳେ ପରେ ସୁସ୍ଥ ହୋଇ ପୁର୍ନବାର ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିଲେ। କିନ୍ତୁ ଆଜି ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତ୍ ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଉଛି।
ପ୍ରମୁଖ ଖବର
ଆଇପିଏସ୍ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି
ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ
ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଚଳିତ ମାଟ୍ରିକ୍ ରେଜଲ୍ଟରେ ଛାତ୍ରୀ ବାଜିମାରିନେଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି
କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ