ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଦେବେନ୍ଦ୍ର ଫଡ୍‌ନାବୀସ

0

ଜଲଗାଁଓ: ଏକ ଗୁଜବ କାରଣରୁ ଅକାରଣରେ ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ଟ୍ରେନ ଦୁର୍ଘଟଣାରେ ଚାଲି ଯାଇଛି ୧୩ ଜଣଙ୍କ ଜୀବନ। ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ଟ୍ରେନ ଦୁର୍ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବୀସ ଦୁଃଖ ପ୍ରକାଶ କରିଛନ୍ତି। ସେ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ଏହା ସହ ଆହତମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ସୂଚନା ଅନୁସାରେ ପୁଷ୍ପକ ଏକ୍ସପ୍ରେସ୍‌ରେ ନିଆଁ ଲାଗିବାର ଗୁଜବ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ବିଶୃଙ୍ଖଳା ଭିତରେ କିଛି ଯାତ୍ରୀ ଜରୁରିକାଳୀନ ଚେନ୍ ଟାଣି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସେମାନେ ସମାନ୍ତରାଳ ଟ୍ରାକ୍‌ରେ ଓହ୍ଲାଇବା ବେଳେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୩ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି ।

ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ପ୍ରକୃତ ସଂଖ୍ୟା ଓ ଆହତଙ୍କ ଅବସ୍ଥା ଯାଞ୍ଚ କରାଯାଉଛି ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ କର୍ମଚାରୀଙ୍କ ସହ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭୁସାୱାଲର ଡିଭିଜନାଲ ରେଲୱେ ମ୍ୟାନେଜର ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Leave A Reply

Your email address will not be published.