ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ରାଷ୍ଟ୍ରପତିଙ୍କୁ ‘ପୁଅର୍ ଲେଡି’ କହି ବିବାଦରେ ସୋନିଆ

0

ନୂଆଦିଲ୍ଲୀ: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ପୁଅର୍ ଲେଡି’ କହିବା ପରେ ବିବାଦ ସୃଷ୍ଟି ହୋଇଛି। ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ତାଙ୍କୁ ଆକ୍ଷେପ କରି‘ପୁଅର୍ ଲେଡି’ ବୋଲି କହିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।
ଏହା ସହିତ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ସେପଟେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣକୁ ବିରକ୍ତିକର ବୋଲି କହିଛନ୍ତି। ଏହାକୁ ନେଇ ଏବେ ରାଜନୀତି ଉଷ୍ମ ହୋଇଇଛି। ଭାଜପା କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ସୋନିଆ ରାଷ୍ଟ୍ରପତିଙ୍କୁ ଅସମ୍ମାନିତ କରିଥିବାରୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଦାବି କରିଛନ୍ତି।

ଏହି ଅଭିଭାଷଣ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି। ରାହୁଲ୍ କୌଣସି ପ୍ରତିକ୍ରିୟା ନଦେଇ ସଂସଦ ଭବନ ବାହାରକୁ ଚାଲି ଚାଲି ଯାଇଥିଲେ ତାଙ୍କ ମାଆ ସୋନିଆ ଗାନ୍ଧିଙ୍କ ପାଖକୁ। ସେଠାରେ ତାଙ୍କ ଭଉଣୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଥିଲେ। ଗଣମାଧ୍ୟମ ପ୍ରତିନିଧି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। କିନ୍ତୁ ରାହୁଲ୍ ତାଙ୍କ ମାଆଙ୍କୁ ପଚାରିଥିଲେ, ଏହା ଉପରେ କ’ଣ କହିବା। ସୋନିଆ କହିଥିଲେ, ମିଛ ପ୍ରତିଶ୍ରୁତି କୁହ। ରାହୁଲ୍ କହିଥିଲେ, ‘ବୋରିଂ’ କହିବା। ନା ‘ନୋ କମେଣ୍ଟ’ କହିବା। ସେତିକି ବେଳେ ସୋନିଆ କହିଥିଲେ, ‘ଦ ପୁଅର୍ ଲେଡି’ ଭାଷଣ ଦେଇ ଥକିଗଲେଣି। ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ ଓ ମାଆଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା କ୍ୟାମେରାରେ କଏଦ୍ ହୋଇଥିଲା।
ଅନ୍ୟପଟେ ସାଂସଦ ତଥା ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋନିଆଙ୍କୁ ସମର୍ଥନ କରିଛନ୍ତି। ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଗଣମାଧ୍ୟମ ସୋନିଆଙ୍କ ମନ୍ତବ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପିତ କରି ପ୍ରସଙ୍ଗକୁ ଜଟିଳ କରୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.