ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ ମାମଲାରେ ଛାତ୍ରଙ୍କ ସମେତ ୧୨ ଗିରଫ

0

ସମ୍ବଲପୁର: ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନି ଥାର୍ଡ ସେମିଷ୍ଟାର ପରୀକ୍ଷାର ପଲିଟିକାଲ ସାଇନ୍ସ ବିଷୟର ପ୍ରଶ୍ନପତ୍ର ଲିକ ମାମଲା ଏବେ ଚାଞ୍ଚଲ୍ୟ ଖେଳାଇଛି। ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୦ ଜଣ କଲେଜ ଛାତ୍ର ରହିଥିବା ସୂଚନା ମିଳିଛି।
ଏହି ମାମଲାରେ ଜଣେ କମ୍ପ୍ୟୁଟର ଦୋକାନୀ ସହ ଜଣେ କିରାଣୀ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ କିରାଣୀ ନାକଟିଦେଉଳ ମହାବିଦ୍ୟାଳୟର ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ, ଏକ କମ୍ପ୍ୟୁଟର ଦୋକାନରେ ପ୍ରଶ୍ନପତ୍ର ଜେରକ୍ସ କରାଯାଇ ଲିକ କରାଯାଇଥିଲା। ସ୍ୱାର୍ଡ ଟିମ ଆସି ପରୀକ୍ଷା ସମୟରେ ଯାଞ୍ଚ କରିବା ପରେ କିଛି ଛାତ୍ର ଧରାପଡିଥିଲେ।

ଏହି ଘଟଣାକୁ ନେଇ ଅଧ୍ୟକ୍ଷା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ନାକଟିଦେଉଲରୁ ପ୍ରଶ୍ନପତ୍ର ଆସିଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା। ଏହାପରେ ପୋଲିସ ଯେଉଁ ଛାତ୍ରମାନେ ପ୍ରଶ୍ନପତ୍ର କିଣିଥିଲେ ଓ ପ୍ରଶ୍ନପତ୍ର ବିକ୍ରି କରିଥିବା କିରାଣୀଙ୍କୁ ପୋଲିସ ଗିରଫ କରିଛି। ଏ ଦିଗରେ ବରପାଲି ପୋଲିସ ତଦନ୍ତ ଚଲାଇଛି।

Leave A Reply

Your email address will not be published.