ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

୨୦୦ ଫୁଟ ତଳକୁ ଖସିଲା ବସ୍‌; ୭ ମୃତ

0

ନାସିକ: ନାସିକ-ସୁରକ୍ଷ ରାଜପଥର ସାପୁତାରା ଘାଟରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ୫୦ଜଣ ଭକ୍ତଙ୍କୁ ନେଇ ଯାଉଥିବା ଏକ ବିଳାସପୂର୍ଣ୍ଣ ଘରୋଇ ବସ୍‌ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ଟି ପଡ଼ିବା ମାତ୍ରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭକ୍ତଙ୍କୁ ନେଇ ପ୍ରୟାଗରାଜର ମହାକୁମ୍ଭରୁ ଆସୁଥିଲା। ସେଠାରୁ ଗୁଜରାଟର ଧାର୍ମିକ ସ୍ଥଳ ପରିଦର୍ଶନକ କରିବାକୁ ଯାଉଥିଲା। ଏହି ସମୟରେ ସାପୁତାରର ମାଲେଗାଓଁ ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାନୁଯାୟୀ, ସକାଳ ପ୍ରାୟ ସାଢ଼େ ୫ଟାରେ ନାସିକ-ସୁରଟ ରାଜପଥର ସାପୁତାରା ଘାଟ ନିକଟରେ ଘରୋଇ ବସ୍‌ ନିୟନ୍ତ୍ରଣ ହରାଇ ୨୦୦ ଫୁଟ୍‌ ଗଭୀର ଘାଟିରେ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ତୁରନ୍ତ ଚିତ୍କାର ଏବଂ ପାଟିତୁଣ୍ଡରେ ଆଖପାଖ ଅଞ୍ଚଳ ଫାଟି ପଡ଼ିଥିଲା। ପାଖରେ ଥିବା ଲୋକେ ବସ୍‌ ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ। ପୋଲିସକୁ ମଧ୍ୟ ଏନେଇ ସୂଚନା ଦିଆଯାଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର। କୁମ୍ଭମେଳା ପରେ ସେ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିର ଯାଇଥିଲେ। ଏହା ପରେ ସେ ଦେବ ଦର୍ଶନ ଲାଗି ଗୁଜରାଟ ଯାଉଥିଲେ।

Leave A Reply

Your email address will not be published.