ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଏଟିଏମ୍‌ କାର୍ଡ ବଦଳାଇ ୫ ଲକ୍ଷ ଉଠାଇ ନେଲେ ଦୁର୍ବୃତ୍ତ

0

ଗଞ୍ଜାମ: ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ୫ ଲକ୍ଷ ୨୭ ହଜାର ଟଙ୍କା ଉଠାଇ ନେଲେ ଦୁର୍ବୁତ୍ତ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରୁ। ଅଭିଯୋଗକାରୀ ଦିଲୀପ ପ୍ରଧାନଙ୍କ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଙ୍କ ଜମାଖାତାରୁ ଏହି ପରିମାଣର ଟଙ୍କା ଉଠାଇନେଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଦିଲୀପ ଜରଡା ଥାନା ଖଇର ଗ୍ରାମର ହୋଇଥିବାବେଳେ ସେ ପେଶାରେ ଜଣ ଶିକ୍ଷକ। ଜାନୁଆରୀ ୧୩ ତାରିଖରେ ସେ ତାଙ୍କର ଜଣେ ଛାତ୍ରଙ୍କୁ ଏଟିଏମ୍‌ କାର୍ଡ ଦେଇ ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍‌ ୨୪ ହଜାର ଟଙ୍କା ଉଠାଇ ଆଣିବାକୁ କହିଥିଲେ। ସେ ଟଙ୍କା ଉଠାଣ କରି ଏଟିଏମ୍‌ କାର୍ଡ ସହ ଟଙ୍କା ପ୍ରଦାନ କରିଥିଲେ। ପୁଣି ୧୯ ତାରିଖରେ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ଉକ୍ତ ଛାତ୍ରଙ୍କୁ ଏଟିଏମ୍‌ କାର୍ଡ ଦେଇ ନୂଆପଡ଼ା ଗ୍ରାମସ୍ଥିତ ଆଇଓବି ଶାଖା ଏଟିଏମ୍‌ କାଉଣ୍ଟରକୁ ପଠାଇଥିଲେ। କିନ୍ତୁ ସେଠାରେ ତାଙ୍କ କାର୍ଡରୁ ଟଙ୍କା ଉଠାଣ ହୋଇପାରି ନ ଥିଲା।

ଉକ୍ତ ଏଟିଏମ୍‌ କାର୍ଡଟି ଜଗନ୍ନାଥ ଓଝାଙ୍କର ବୋଲି ଦର୍ଶାଯାଇଥିଲା। ତାଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି କେହି ଦୁର୍ବୃତ୍ତ ବିଭିନ୍ନ ସାମଗ୍ରୀ କ୍ରୟ କରିବା ସହ ନଗଦ ଟଙ୍କା ଉଠାଣ କରିଥିବା ନେଇ ତାଙ୍କ ମୋବାଇଲ ଫୋନକୁ ବାର୍ତ୍ତା ଆସିବା ପରେ ସେ ଏନେଇ ଅଭିଯୋଗ କରିଥିଲେ ବୋଲି ସୂଚନା ରହିଛି। ଏନେଇ ଦିଲୀପ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ ପାତ୍ର ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.