ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଏଟିଏମ୍‌ କାର୍ଡ ବଦଳାଇ ୫ ଲକ୍ଷ ଉଠାଇ ନେଲେ ଦୁର୍ବୃତ୍ତ

0

ଗଞ୍ଜାମ: ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ୫ ଲକ୍ଷ ୨୭ ହଜାର ଟଙ୍କା ଉଠାଇ ନେଲେ ଦୁର୍ବୁତ୍ତ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରୁ। ଅଭିଯୋଗକାରୀ ଦିଲୀପ ପ୍ରଧାନଙ୍କ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଙ୍କ ଜମାଖାତାରୁ ଏହି ପରିମାଣର ଟଙ୍କା ଉଠାଇନେଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଦିଲୀପ ଜରଡା ଥାନା ଖଇର ଗ୍ରାମର ହୋଇଥିବାବେଳେ ସେ ପେଶାରେ ଜଣ ଶିକ୍ଷକ। ଜାନୁଆରୀ ୧୩ ତାରିଖରେ ସେ ତାଙ୍କର ଜଣେ ଛାତ୍ରଙ୍କୁ ଏଟିଏମ୍‌ କାର୍ଡ ଦେଇ ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍‌ ୨୪ ହଜାର ଟଙ୍କା ଉଠାଇ ଆଣିବାକୁ କହିଥିଲେ। ସେ ଟଙ୍କା ଉଠାଣ କରି ଏଟିଏମ୍‌ କାର୍ଡ ସହ ଟଙ୍କା ପ୍ରଦାନ କରିଥିଲେ। ପୁଣି ୧୯ ତାରିଖରେ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ଉକ୍ତ ଛାତ୍ରଙ୍କୁ ଏଟିଏମ୍‌ କାର୍ଡ ଦେଇ ନୂଆପଡ଼ା ଗ୍ରାମସ୍ଥିତ ଆଇଓବି ଶାଖା ଏଟିଏମ୍‌ କାଉଣ୍ଟରକୁ ପଠାଇଥିଲେ। କିନ୍ତୁ ସେଠାରେ ତାଙ୍କ କାର୍ଡରୁ ଟଙ୍କା ଉଠାଣ ହୋଇପାରି ନ ଥିଲା।

ଉକ୍ତ ଏଟିଏମ୍‌ କାର୍ଡଟି ଜଗନ୍ନାଥ ଓଝାଙ୍କର ବୋଲି ଦର୍ଶାଯାଇଥିଲା। ତାଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି କେହି ଦୁର୍ବୃତ୍ତ ବିଭିନ୍ନ ସାମଗ୍ରୀ କ୍ରୟ କରିବା ସହ ନଗଦ ଟଙ୍କା ଉଠାଣ କରିଥିବା ନେଇ ତାଙ୍କ ମୋବାଇଲ ଫୋନକୁ ବାର୍ତ୍ତା ଆସିବା ପରେ ସେ ଏନେଇ ଅଭିଯୋଗ କରିଥିଲେ ବୋଲି ସୂଚନା ରହିଛି। ଏନେଇ ଦିଲୀପ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ ପାତ୍ର ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.