ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ମହୁ ମାଛି ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

0

ଭବାନୀପାଟଣା: ସରସ୍ୱତୀ ପୂଜାବେଳେ ସ୍କୁଲରେ ମହୁମାଝୀ ଆକ୍ରମଣରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ଦୁଆରଶୁଣି ଗ୍ରାମରୁ। ଏକ ଘରୋଇ ସ୍କୁଲରେ ହଠାତ୍ ଛାତ୍ର ଛାତ୍ରୀ ମାନଙ୍କୁ ମହୁ ମାଛି ଆକ୍ରମଣ କରି ଥିଲା।
ଆଜି ବସନ୍ତ ପଞ୍ଚମୀ ଅବସରରେ ଆଜି ସରସ୍ଵତୀ ପୂଜା ଚାଲି ଥିବା ସମୟରେ ମହୁ ମାଛି ଛାତ୍ର ଛାତ୍ରୀ ମାନଙ୍କୁ ଆକ୍ରମଣ କରିବା ସହିତ ସ୍କୁଲର କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲା ଉକ୍ତ ସ୍କୁଲ ରେ ହିଁ ଦୁଇଟି ମହୁ ଫେଣା ତିଆରି କରି ମହୁ ମାଛି ବସା କରି ଥିଲା। ଯାହା ଫଳରେ ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲ ର କର୍ମଚାରୀ ଆହତ ହୋଇଥିଲେ। ପରେ ସଙ୍ଗେ ସଙ୍ଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆଣି ସମସ୍ତଙ୍କୁ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସମସ୍ତ ଆହତ ଛାତ୍ରଛାତ୍ରୀ ଓ କର୍ମଚାରୀ ନିଜ ନିଜ ଘରକୁ ଫେରି ଯାଇଥିବା ଜଣାପଡିଛି।

Leave A Reply

Your email address will not be published.