ପ୍ରମୁଖ ଖବର

ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି
ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟ ବହିଷ୍କାର
ଓଡ଼ିଶା ପୋଲିସ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ
ନେହେରୁ ବଙ୍ଗଳା ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ବୋଟ୍
ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଶେଷ
ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଓ ସହାୟକଙ୍କୁ ମିଳିବ ୫ଶହ ଟଙ୍କା :ପ୍ରଭାତୀ ପରିଡା
ସରିଲା ମାଟ୍ରିକ୍ ପରୀକ୍ଷା, ମାର୍ଚ୍ଚ ୧୯ରୁ ଖାତା ଦେଖା

କଣ୍ଟେନରକୁ ପିଟିଲା କଣ୍ଟେନର, ଚାପି ହୋଇଗଲେ ଡ୍ରାଇଭର

0

ଜଳେଶ୍ୱର: କଣ୍ଟେନରକୁ ପଛପଟୁ ଧକ୍କାଦେଲା କଣ୍ଟେନର ଚାପି ହୋଇଗଲେ ଡ୍ରାଇଭର। ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଗଲେ ଡ୍ରାଇଭର। ଅଗ୍ନିଶମ ବିଭାଗର ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ଗତ କିଛି ଦିନ ହେବ କୁହୁଡି ଯୋଗୁଁ ବହୁ ଦୁର୍ଘଟଣା ଘଟୁଛି। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୬୦ ବାଲେଶ୍ୱରରୁ ଖଡଗପୁର ମରାମତି ହେଉଥିବାରୁ ଆମ୍ବଳିଅଠା ବାଇପାସ ନିକଟରେ ଡାଇଭର୍ଜନ ରହିଛି। ତେଣୁ ବାଲେଶ୍ୱର ପଟୁ ଖଡଗପୁର ଅଭିମୁଖେ ଯାଉଥିବା ପାର୍ଶଲ ବୋଝେଇ କଣ୍ଟେନରଟି ସେଠାରେ ସ୍ଲୋ ହୋଇଥିବା ବେଳେ ଘନ କୁହୁଡି ଯୋଗୁ ଆଉ ଏକ କଣ୍ଟେନରଟି ପଛପଟୁ ଧକ୍କା ଦେଇଥିଲା ଫଳରେ ପାର୍ଶଲ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ଏନ୍‌ଏଚ୍‌ କଡ଼କୁ ଖସି ପଡ଼ିବା ସହ ଏହି କ୍ୟାବିନରେ ଥିବ ଡ୍ରାଇଭର ଚାପି ହୋଇ ରହିଥିଲେ। ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭର ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲକୁ ପଠାଇଥିବା ବେଳେ ଘଟଣାସ୍ଥଳରେ ଜଳେଶ୍ୱର ପହଞ୍ଚି ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.