ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୩ ଶିକ୍ଷକ

0

ତାମିଲନାଡୁ: ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୩ ଶିକ୍ଷକ। ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ଘଟିଛି ଏହି ଘଟଣା। ଘଟଣାଟି ୧ମାସ ତଳର ହୋଇଥିବା ବେଳେ ପୀଡିତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ନେଇ ପୀଡିତାଙ୍କ ମା’ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କହିବା ପରେ ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।

ସୂଚନା ଅନୁସାରେ, ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ପଢ଼ୁଥିବା ଜଣେ ନାବାଳିକା ଝିଅକୁ ସ୍କୁଲର ତିନି ଜଣ ଶିକ୍ଷକ ଗଣବଳାତ୍କାର କରିଥିବାନେଇ ଅଭିଯୋଗ କରିଛନ୍ତି ପୀଡିତାଙ୍କ ମା’। ପୀଡିତା ଜଣଙ୍କ ଏକ ମାସ ଧରି ସ୍କୁଲ ନଆସିବାରୁ ପରିବାର ଲୋକଙ୍କୁ ଝିଅ ସ୍କୁଲ କାହିଁ ଆସୁନାହିଁ ବୋଲି ପଚାରିଥିଲେ ସ୍କୁଲର ପ୍ରଧାନ ଶିକ୍ଷକ। ଏହାପରେ ପୀଡିତାଙ୍କ ମା’ ଯାହା ବୟାନ ଦେଇଥିଲେ ତା’ହା ଶୁଣି ପ୍ରଧାନ ଶିକ୍ଷକଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ସ୍କୁଲର ୩ଜଣ ଜଣ ଝିଅ ସହ ଗଣଦୁଷ୍କର୍ମ କରିଥିବା ନେଇ ପ୍ରଧାନଶିକ୍ଷକଙ୍କ ଆଗରେ କହିଥିଲେ ପରିବାର ଲୋକ।

ଏନେଇ ସୂଚନା ମିଳିବା ପରେ ପ୍ରଧାନଶିକ୍ଷକ ତୁରନ୍ତ ତାଙ୍କୁ ପୋଲିସରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ କରିବାକୁ ପରାମର୍ଶ ଦେଇଥିଲେ। ଅଭିଯୋଗ ପରେ, କର୍ତ୍ତୃପକ୍ଷ ଝିଅଟିକୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ଝିଅଟିର ଚିକିତ୍ସା ଚାଲିଛି। ସେପଟେ ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave A Reply

Your email address will not be published.