ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୩ ଶିକ୍ଷକ

0

ତାମିଲନାଡୁ: ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୩ ଶିକ୍ଷକ। ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ଘଟିଛି ଏହି ଘଟଣା। ଘଟଣାଟି ୧ମାସ ତଳର ହୋଇଥିବା ବେଳେ ପୀଡିତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ନେଇ ପୀଡିତାଙ୍କ ମା’ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କହିବା ପରେ ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।

ସୂଚନା ଅନୁସାରେ, ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ପଢ଼ୁଥିବା ଜଣେ ନାବାଳିକା ଝିଅକୁ ସ୍କୁଲର ତିନି ଜଣ ଶିକ୍ଷକ ଗଣବଳାତ୍କାର କରିଥିବାନେଇ ଅଭିଯୋଗ କରିଛନ୍ତି ପୀଡିତାଙ୍କ ମା’। ପୀଡିତା ଜଣଙ୍କ ଏକ ମାସ ଧରି ସ୍କୁଲ ନଆସିବାରୁ ପରିବାର ଲୋକଙ୍କୁ ଝିଅ ସ୍କୁଲ କାହିଁ ଆସୁନାହିଁ ବୋଲି ପଚାରିଥିଲେ ସ୍କୁଲର ପ୍ରଧାନ ଶିକ୍ଷକ। ଏହାପରେ ପୀଡିତାଙ୍କ ମା’ ଯାହା ବୟାନ ଦେଇଥିଲେ ତା’ହା ଶୁଣି ପ୍ରଧାନ ଶିକ୍ଷକଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ସ୍କୁଲର ୩ଜଣ ଜଣ ଝିଅ ସହ ଗଣଦୁଷ୍କର୍ମ କରିଥିବା ନେଇ ପ୍ରଧାନଶିକ୍ଷକଙ୍କ ଆଗରେ କହିଥିଲେ ପରିବାର ଲୋକ।

ଏନେଇ ସୂଚନା ମିଳିବା ପରେ ପ୍ରଧାନଶିକ୍ଷକ ତୁରନ୍ତ ତାଙ୍କୁ ପୋଲିସରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ କରିବାକୁ ପରାମର୍ଶ ଦେଇଥିଲେ। ଅଭିଯୋଗ ପରେ, କର୍ତ୍ତୃପକ୍ଷ ଝିଅଟିକୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ଝିଅଟିର ଚିକିତ୍ସା ଚାଲିଛି। ସେପଟେ ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave A Reply

Your email address will not be published.