ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଦିଲ୍ଲୀରେ କାଲକାଜୀ ଆସନରୁ ଜିତିଲେ ଆତିଶୀ

0

ନୂଆଦିଲ୍ଲୀ: ଆପ ପାଇଁ ଖୁସି ଖବର। ବଡ଼ ବିଜୟ ହାସଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା। କାଲକାଜୀ ଆସନରୁ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଭାଜପାର ରମେଶ ବିଧୁରୀଙ୍କୁ ୩୫୦୦ ଭୋଟରେ ପରାସ୍ତ କଲେ ଆତିଶୀ। ଆପ୍‌ର ବହୁ ହେଭିୱେଟ ନେତା ଚଳିତ ନିର୍ବାଚନରେ ପରାଜୟ ବରଣ କରିଥିବାବେଳେ ଆତିଶୀଙ୍କ ବିଜୟ ଆପ୍‌ର ସମ୍ମାନ ରକ୍ଷା କରିବାରେ ସହାୟକ ହୋଇଛି। ଆତିଶୀ ୩ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଚଳିତ ଥର ଆପ୍‌ ସରକାର ଗଢ଼ିବା ଆଶା ଶୂନ୍ୟ ହୋଇଥିବାବେଳେ ଦୀର୍ଘବର୍ଷ ପରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ଯାଉଛି।

Leave A Reply

Your email address will not be published.