ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ସବୁଠି ଚର୍ଚ୍ଚାରେ ସିବିଆଇ

0

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ନୋଟିସ କରି ଓଡ଼ିଶାରେ ସିବିଆଇ ଚର୍ଚ୍ଚାରେ ରହିଛି । ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସିବିଆଇର କାର୍ଯ୍ୟକୁ ନେଇ ବିତର୍କ ମୁଣ୍ଡ ଟେକିଛି । ଏମିତି ଏକ ସମୟରେ ସିବିଆଇର ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର ଆଇପିଏସ୍‍ ଅଫିସର ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାରୁ ଆଉ ଜଣେ ବିଚାରପତି ଓହରି ଯାଇଛନ୍ତି । ଆଜି ଜଷ୍ଟିସ ଏନଭି ରମଣ ଏହି ଶୁଣାଣିରେ ରହିବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ପୂର୍ବରୁ ପ୍ରଧାନ ବିଚାରପତି ରଂଜନ ଗୋଗେଇ ଏବଂ ଜଷ୍ଟିସ ସିକ୍ରି ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିଲେ । ସ୍ୱେଚ୍ଛାସେବା କମନ୍‍ କଜ୍‍ ପକ୍ଷରୁ ନାଗେଶ୍ୱରଙ୍କୁ ବିରୋଧ କରିି ମାମଲା ରୁଜୁ ହୋଇଛି ।
ଅନ୍ୟପଟରେ, ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ମିଳିଥିବା ନୂଆ ଦାୟିତ୍ୱ ସେ ଗ୍ରହଣ କରିବାକୁ ମନା କରିଦେଇଥିବାରୁ ତାଙ୍କ ବଦଳି ଅାଦେଶକୁ ମାନିନଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ପ୍ରକାଶଥାଉକି, ଶ୍ରୀ ବର୍ମାଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ସେ ଦାୟିତ୍ୱ ନେବା ବଦଳରେ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.