ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ସବୁଠି ଚର୍ଚ୍ଚାରେ ସିବିଆଇ

0

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ନୋଟିସ କରି ଓଡ଼ିଶାରେ ସିବିଆଇ ଚର୍ଚ୍ଚାରେ ରହିଛି । ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସିବିଆଇର କାର୍ଯ୍ୟକୁ ନେଇ ବିତର୍କ ମୁଣ୍ଡ ଟେକିଛି । ଏମିତି ଏକ ସମୟରେ ସିବିଆଇର ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର ଆଇପିଏସ୍‍ ଅଫିସର ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାରୁ ଆଉ ଜଣେ ବିଚାରପତି ଓହରି ଯାଇଛନ୍ତି । ଆଜି ଜଷ୍ଟିସ ଏନଭି ରମଣ ଏହି ଶୁଣାଣିରେ ରହିବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ପୂର୍ବରୁ ପ୍ରଧାନ ବିଚାରପତି ରଂଜନ ଗୋଗେଇ ଏବଂ ଜଷ୍ଟିସ ସିକ୍ରି ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିଲେ । ସ୍ୱେଚ୍ଛାସେବା କମନ୍‍ କଜ୍‍ ପକ୍ଷରୁ ନାଗେଶ୍ୱରଙ୍କୁ ବିରୋଧ କରିି ମାମଲା ରୁଜୁ ହୋଇଛି ।
ଅନ୍ୟପଟରେ, ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ମିଳିଥିବା ନୂଆ ଦାୟିତ୍ୱ ସେ ଗ୍ରହଣ କରିବାକୁ ମନା କରିଦେଇଥିବାରୁ ତାଙ୍କ ବଦଳି ଅାଦେଶକୁ ମାନିନଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ପ୍ରକାଶଥାଉକି, ଶ୍ରୀ ବର୍ମାଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ସେ ଦାୟିତ୍ୱ ନେବା ବଦଳରେ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.