ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

୩୧ ମାର୍ଚ୍ଚ ଯାଏ ବଢିଲା ଇ-କେୱାଇସି ଅବଧି

0

ଭୁବନେଶ୍ଵର : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଇ-କେଓ୍ବାଇସିକୁ ନେଇ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାସନ କାର୍ଡରେ ଇ-କେଓ୍ବାଇସି ଅବଧିକୁ ପୁଣି ବଢାଯାଇଛି । ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ତେବେ ପୂର୍ବରୁ ଆଜି ଶେଷ ତାରିଖ ଥିବା ବେଳେ ଆଉ ଇ-କେଓ୍ବାଇସି ଭରିବା ନେଇ ସମୟ ଅବଧି ବଢିବନି ସୂଚାଇ ଦିଆଯାଇଥିଲା । ଯାହାକୁ ନେଇ ସକାଳୁ ସକାଳୁ ବିଭିନ୍ନ ଇ-କେଓ୍ବାଇସି କେନ୍ଦ୍ର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଯାହାକୁ ଦୃଷ୍ଟିରେ ରଖି ପୁଣି ୫ମ ଥର ପାଇଁ ଇ-କେଓ୍ବାଇସି ସମୟ ଅବଧି ବୃଦ୍ଧି କରିଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, ନେଟ୍ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ । ଆଉ ଏବେ ପର୍ଯ୍ୟନ୍ତ ପ୍ରାୟ ୩୨ ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି, ଯେଉଁମାନଙ୍କ ଇ-କେଓ୍ବାଇସି ଅପଡେଟ୍ ହୋଇନାହିଁ । ଲୋକଙ୍କ ସମସ୍ୟା ଦେଖି ଅବଧି ବୃଦ୍ଧି କରାଯାଇଛି ।

ମନ୍ତ୍ରୀ ଆହୁରି ବି କହିଛନ୍ତି, ଏବେ ଯାଏଁ ୯୦ ପ୍ରତିଶତ ଇ-କେଓ୍ବାଇସି ଅପଡେଟ୍ ହୋଇସାରିଛି । ଆହୁରି ୩୩ ଲକ୍ଷ ବାକି ରହିଛି । ନେଟଓ୍ବର୍କ ସମସ୍ୟା ସହ ବିଭିନ୍ନ କାରଣରୁ ଲୋକ ନ-କେଓ୍ବାଇସି କରିନାହାନ୍ତି । ନେଟଓ୍ବର୍କ ସ୍ଲୋ ନେଇ ଲୋକଙ୍କ ଆବେଦନ ଆସିଥିଲା । ୧୧୧ଟି ସ୍ଥାନରେ ସ୍ଲୋ ନେଟଓ୍ବର୍କ ଓ ୨୩୦ ସ୍ଥାନରେ ଜିରୋ ନେଟଓ୍ବାର୍କ ରହିଛି । ଏଥିପାଇଁ ରାଜ୍ୟରେ ମୋଟ ୩୪୧ ପଏଣ୍ଟରେ ନେଟଓ୍ବର୍କ ଡିଭାଇସ୍ ଲଗାଯିବ ।

Leave A Reply

Your email address will not be published.