ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ

0

ନ୍ୟୁଜ୍ ବ୍ୟୁରୋ: ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ। କଂଗ୍ରେସ ନେତ୍ରୀ ଡକ୍ଟର ଶମା ମହମ୍ମଦ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି। ସେ ତାଙ୍କ ପୋଷ୍ଟରେ ରୋହିତଙ୍କୁ ମୋଟା ବୋଲି କହିଛନ୍ତି। ପରେ ବିବାଦ ବଢିବାରୁ ଶମା ଏହି ପୋଷ୍ଟକୁ ଡିଲିଟ କରିବା ସହ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି।

ତେବେ ରବିବାର ଚାମ୍ପିଅନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତର ପ୍ରଦର୍ଶନ ନେଇ, ଶାମା ମହମ୍ମଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାରତୀୟ କ୍ରିକେଟ ଟିମ୍ କ୍ୟାପେଟେନ୍ ରୋହିତ୍ ଶର୍ମାଙ୍କ ମୋଟାପଣ ନେଇ ମଜା ଉଡାଇଥିଲେ। ସେ ଲେଖିଥିଲେ, ରୋହିତ ଶର୍ମା ଜଣେ ଖେଳାଳି ଭାବରେ ମୋଟା। ତାଙ୍କୁ ଓଜନ ହ୍ରାସ କରିବାକୁ ପଡିବ । ନିସନ୍ଦେହ ଯେ, ସେ ଭାରତର ସବୁଠାରୁ ପ୍ରଭାବହୀନ ଅଧିନାୟକ।
ଶମାଙ୍କ ଏହି ମନ୍ତବ୍ୟ ଉପରେ ଜଣେ ପାକିସ୍ତାନୀ ସାମ୍ବାଦିକ ରୋହିତ ଶର୍ମାଙ୍କୁ ବିଶ୍ୱସ୍ତରୀୟ ପ୍ରଦର୍ଶନକାରୀ ବୋଲି କହିଥିଲେ। ଶମା ଉତ୍ତର ଦେଇଥିଲେ, ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ, ଧୋନୀ, କୋହଲି, କପିଲ ଦେବ, ଶାସ୍ତ୍ରୀଙ୍କ ପରି ପୂର୍ବତନ ଅଧିନାୟକଙ୍କ ତୁଳନାରେ ରୋହିତଙ୍କ ଭିତରେ ଏତେ ବିଶ୍ୱସ୍ତରୀୟ କ’ଣ। ଜଣେ ସାଧାରଣ ଅଧିନାୟକ ହେବା ବ୍ୟତୀତ, ସେ ଜଣେ ସାଧାରଣ ଖେଳାଳି ମଧ୍ୟ ଯିଏ ଭାରତର ଅଧିନାୟକ ହେବାର ସୌଭାଗ୍ୟ ପାଇଛନ୍ତି।

ସୋସିଆଲ ମିଡିଆରେ ଶମାଙ୍କ କମେଣ୍ଟ ଆସିବା ମାତ୍ରେ ଭାରତୀୟ କ୍ରିକେଟ ପ୍ରଶଂସକମାନେ ତାଙ୍କୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଦେଲେ। କେତେକ ରୋହିତ ଶର୍ମାଙ୍କ ପରିସଂଖ୍ୟାନ କହିଥିଲେ ତ ଅନ୍ୟମାନେ ଅଧିନାୟକ ଭାବରେ ତାଙ୍କର ବିଜୟ ରେକର୍ଡ ଦେଖାଇଥିଲେ। ଏସବୁ ମଧ୍ୟରେ, ଭାଜପା ଏହା ମଧ୍ୟ କହିଛି ଯେ, କଂଗ୍ରେସ ଏବେ ରାହୁଲ ଗାନ୍ଧୀଙ୍କୁ କ୍ରିକେଟ ପଡ଼ିଆକୁ ଆଣିବାକୁ ଚାହୁଁଛି କି? ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହାକୁ ପ୍ରତ୍ୟେକ ଦେଶଭକ୍ତଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

ସେପଟେ ଶମାଙ୍କ ମନ୍ତବ୍ୟଗୁଡ଼ିକୁ ନେଇ ବିବାଦ ବଢ଼ିଲା ପରେ ଶମା ଏନେଇ ସମସ୍ତ ପୋଷ୍ଟ ଡିଲିଟ୍ କରି, ଏହା ଉପରେ ସଫେଇ ଦେଇଛନ୍ତି। ସେ କହିଛନ୍ତି, ଏହା ଖେଳାଳିଙ୍କ ଫିଟନେସ୍ ସମ୍ପର୍କରେ ଏକ ସାଧାରଣ ଟ୍ୱିଟ୍ ଥିଲା। ଏହା କାହାକୁ ବଡି ସେମିଙ୍ଗ ନଥିଲା। ମୁଁ ଭାବୁଥିଲି ତାଙ୍କର ଓଜନ ଅଧିକ ଥିଲା, ସେଥିପାଇଁ ଟ୍ୱିଟ୍ କରିଥିଲି । କୌଣସି କାରଣ ବିନା ମୋତେ ଟାର୍ଗେଟ କରାଯାଉଛି। ଗଣତନ୍ତ୍ରରେ କହିବାର ଅଧିକାର ଅଛି। ମୁଁ କେବଳ ମୋର କଥା ଉପସ୍ଥାପନ କରିଛି। ଯେତେବେଳେ ତାଙ୍କୁ ପୂର୍ବତନ ଅଧିନାୟକମାନଙ୍କ ସହିତ ତୁଳନା କଲି, ଏହାକୁ ମଧ୍ୟ ଭୁଲ ଭାବରେ ନିଆଯାଇଥିଲା। ମୁଁ କହିବାକୁ ଚାହୁଁଥିଲି ଯେ, ବିରାଟ କୋହଲିଙ୍କୁ ଦେଖନ୍ତୁ….। ସେ ତାଙ୍କ ସାଥୀ ଖେଳାଳିମାନଙ୍କୁ କିପରି ଉତ୍ସାହିତ କରନ୍ତି। ଯେତେବେଳେ ଭାରତୀୟ ଦଳ ପାକିସ୍ତାନ ଠାରୁ ମ୍ୟାଚ୍ ହାରିଗଲା, ଅନେକ ଲୋକ ମହମ୍ମଦ ଶାମିଙ୍କୁ ଟାର୍ଗେଟ କରୁଥିଲେ। ସେହି ସମୟରେ ବିରାଟ କୋହଲି ଶାମିଙ୍କ ସହିତ ଠିଆ ହୋଇଥିଲେ ବୋଲି କହି ସଫେଇ ଦେଇଛନ୍ତି ଶମା ।

Leave A Reply

Your email address will not be published.