ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଗେରୁଆ ରଙ୍ଗ ହେବ ସରକାରୀ ସ୍କୁଲ

0

ଭୁବନେଶ୍ବର: ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ନିଷ୍ପତ୍ତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ରଙ୍ଗ ବଦଳାଇବା ପାଇଁ ଘୋଷଣା କରିଛନ୍ତି। ବଦଳିବ ସରକାରୀ ସ୍କୁଲର ରଙ୍ଗ। ସରକାରୀ କୋଠାର ରଙ୍ଗ ନୀଳରୁ ଗେରୁଆ ହେବ। ଏନେଇ ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୩୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସମସ୍ତ ସରକାରୀ ବିଦ୍ୟାଳୟରେ ସମାନ ରଙ୍ଗ କୋଡ୍ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍‍ ଅନୁସାରେ ସ୍ଥିର ହେବ।

“ନିର୍ମାଣ, ମରାମତି ଏବଂ ନବୀକରଣ କାର୍ଯ୍ୟ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ବିଦ୍ୟାଳୟ ସମେତ ସମସ୍ତ ସରକାରୀ ବିଦ୍ୟାଳୟରେ ଗେରୁଆ ରଙ୍ଗ କୋଡ୍ ଗ୍ରହଣ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରାଯାଇଛି। ପୂର୍ବରୁ ସ୍କୁଲ୍‍ ଓ ସରକାରୀ କୋଠାର ରଙ୍ଗ ଏହିପରି ହେଉଥିଲା। କିନ୍ତୁ ରାଜ୍ୟରେ ୫-ଟି ହସ୍ତକ୍ଷେପ ପରେ ସ୍କୁଲ୍‍ କୋଠା ସମେତ ବିଭିନ୍ନ ସରକାରୀ କୋଠାର ରଙ୍ଗକୁ ବଦଳାଯାଇଥିଲା।

Leave A Reply

Your email address will not be published.