ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଭିଜିଲାନ୍ସ ଜାଲରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର

0

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର। ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରହିଛି। ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି। ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କଟକର ବିଭିନ୍ନ ସ୍ଥାନରେ ହୋଇଛି ଚଢାଉ ହେଉଛି।
ସୂଚନାଥାଉ କି, ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର, ରଘୁନାଥପୁରରେ ଥିବା ଫ୍ଲାଟ, ଗୋବିନ୍ଦପ୍ରସାଦରେ ଥିବା ୫ ମହଲା ନିର୍ମାଣଧିନ କୋଠାରେ ରେଡ କରୁଛି ଭିଜିଲାନ୍ସ। ସେପଟେ ନୟାଗଡ ରଣପୁରରେ ଥିବା ଫାର୍ମହାଉସ, ଖୋର୍ଦ୍ଧା ଟାଙ୍ଗୀରେ ପୈତୃକ ଘର, ପୁରୀ ଭକ୍ତ ରତ୍ନ ଲେନରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ ବିଭାଗ। ସେହିପରି ଭୁବନେଶ୍ବର ମଳିପ ସମ୍ପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ, ପୁରୀ ବାଲିଖଣ୍ଡରେ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ନାଁରେ ର୍ନିମାଣଧିନ କୋଠା ଓ କଟକ ସ୍ଥିତ କାର୍ୟ୍ୟାଳୟରେ ଖୋଳତାଡ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।
ଚଢାଉରେ ଦୁଇ ଜଣ ଅତିରିକ୍ତ ଏସ୍‌ପି, ୧୩ ଜଣ ଡିଏସ୍‌ପି , ୧୨ ଜଣ ଇନ୍ସପେକ୍ଟର , ୨୫ ଜଣ ଏଏସଆଇ ସାମିଲ୍‌ ରହିଛନ୍ତି। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ଅଞ୍ଚଳରେ ଥିବା ଘର, ରଘୁନାଥପୁର ଅଞ୍ଚଳରେ ଥିବା ୪ ମହଲା ଫ୍ଲାଟ୍ , ନୟାଗଡ ରଣପୁରରେ ଥିବା ଫାର୍ମ ହାଉସ୍ , ଭୁବନେଶ୍ଵର ଗୋବିନ୍ଦ ପ୍ରସାଦ ଅଞ୍ଚଳରେ ଥିବା ୫ ମହଲା ବିଶିଷ୍ଟ ନିର୍ମାଣଧୀନ ଘର, ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଥିବା ଘର, ପୁରୀରେ ଥିବା ସମ୍ପର୍କୀୟଙ୍କ ଘର ଏବଂ କଟକ ସ୍ଥିତ ଅଫିସରେ ଚଢାଉ ଚାଲିଛି।

Leave A Reply

Your email address will not be published.