ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର। ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରହିଛି। ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି। ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କଟକର ବିଭିନ୍ନ ସ୍ଥାନରେ ହୋଇଛି ଚଢାଉ ହେଉଛି।
ସୂଚନାଥାଉ କି, ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର, ରଘୁନାଥପୁରରେ ଥିବା ଫ୍ଲାଟ, ଗୋବିନ୍ଦପ୍ରସାଦରେ ଥିବା ୫ ମହଲା ନିର୍ମାଣଧିନ କୋଠାରେ ରେଡ କରୁଛି ଭିଜିଲାନ୍ସ। ସେପଟେ ନୟାଗଡ ରଣପୁରରେ ଥିବା ଫାର୍ମହାଉସ, ଖୋର୍ଦ୍ଧା ଟାଙ୍ଗୀରେ ପୈତୃକ ଘର, ପୁରୀ ଭକ୍ତ ରତ୍ନ ଲେନରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ ବିଭାଗ। ସେହିପରି ଭୁବନେଶ୍ବର ମଳିପ ସମ୍ପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ, ପୁରୀ ବାଲିଖଣ୍ଡରେ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ନାଁରେ ର୍ନିମାଣଧିନ କୋଠା ଓ କଟକ ସ୍ଥିତ କାର୍ୟ୍ୟାଳୟରେ ଖୋଳତାଡ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।
ଚଢାଉରେ ଦୁଇ ଜଣ ଅତିରିକ୍ତ ଏସ୍ପି, ୧୩ ଜଣ ଡିଏସ୍ପି , ୧୨ ଜଣ ଇନ୍ସପେକ୍ଟର , ୨୫ ଜଣ ଏଏସଆଇ ସାମିଲ୍ ରହିଛନ୍ତି। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ଅଞ୍ଚଳରେ ଥିବା ଘର, ରଘୁନାଥପୁର ଅଞ୍ଚଳରେ ଥିବା ୪ ମହଲା ଫ୍ଲାଟ୍ , ନୟାଗଡ ରଣପୁରରେ ଥିବା ଫାର୍ମ ହାଉସ୍ , ଭୁବନେଶ୍ଵର ଗୋବିନ୍ଦ ପ୍ରସାଦ ଅଞ୍ଚଳରେ ଥିବା ୫ ମହଲା ବିଶିଷ୍ଟ ନିର୍ମାଣଧୀନ ଘର, ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଥିବା ଘର, ପୁରୀରେ ଥିବା ସମ୍ପର୍କୀୟଙ୍କ ଘର ଏବଂ କଟକ ସ୍ଥିତ ଅଫିସରେ ଚଢାଉ ଚାଲିଛି।
ପ୍ରମୁଖ ଖବର
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ