ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କରୋନା ବଦଳାଇଦେଲା କୁନିପିଲାଙ୍କ ପାଠପଢା ତରିକା

0
  • ଅନଲାଇନ୍ ପାଠ ପଛରେ ଅଭିଭାବକ
  • ଅଙ୍କୁର ସ୍କୁଲ ପଢାଉଛନ୍ତି ଏଭଳି ଢଙ୍ଗରେ ଛୁଆଙ୍କୁ
  • ଅଭିଭାବକଙ୍କ ପାଇଁ ବି ଆରମ୍ଭ ହେବ କ୍ଲାସ୍

ଭୁବନେଶ୍ବର: କରୋନା ବିଗାଡ଼ିଦେଲା ଶିକ୍ଷାବର୍ଷ। ସରକାର ଜୁନ୍ ୧୭ ଯାଏ ସ୍କୁଲ ବନ୍ଦ କରିଥିଲେ ହେଁ, କେବେ ବାସ୍ତବରେ ଶିକ୍ଷାବର୍ଷ ଆରମ୍ଭ ହେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ୍। ଏଭଳି ପରିସ୍ଥିତିରେ କିନ୍ତୁ ବାପା ମାଆ ଚାପଗ୍ରସ୍ତ ହୋଇପଡିଲେଣି। କିଛି ବିଦ୍ଯାଳୟରେ ଉଚ୍ଚ ଶ୍ରେଣୀମାନଙ୍କରେ ଅନ୍ ଲାଇନ୍ ପାଠପଢା ଆରମ୍ଭ ହୋଇଗଲେଣି। ସରକାରୀ ସ୍କୁଲରେ ମଧ୍ୟ ଏହି ଧାରାରେ ପାଠପଢା ଆରମ୍ଭ ହୋଇଛି।

ଅସଲ ଚ୍ଯାଲେଞ୍ଜ କିନ୍ତୁ ସୃଷ୍ଟି ହେଲାଣି କୁନି କୁନି ପିଲାଙ୍କ ପାଇଁ। ଏବର୍ଷ ସେମାନଙ୍କ ପାଇଁ ସମର କୋର୍ସ ନାହିଁ। ବାହାରକୁ ଯାଇ ଦି’ ଚାରିଟା କଥା ଶିଖିବା, ବୁଲିବା, ଖେଳକୁଦ କରିବା ମୁସ୍କିଲ୍। ମାମୁ ଘର, ଅଜା ଘର ବୁଲିବା ବି ଦୁଃସ୍ବପ୍ନ। ଘର ବାହାରକୁ ଯିବାକୁ କଟକଣା। ଏମିତି ପରିବେଶରେ ସେମାନଙ୍କୁ ଅଧିକରୁ ଅଧିକ ଦିନ ବାନ୍ଧିରଖିଲେ, ସେମାନେ ମାନସିକ ଭାବେ ଚାପଗ୍ରସ୍ତ ହେବା ସ୍ବାଭାବିକ। ଘରେ ଥିବା କିଛି ଖେଳ ଉପରେ ସେମାନଙ୍କର ମୋହ ତୁଟିବା ଆରମ୍ଭ କଲେଣି।

କିଛି ଶିକ୍ଷକଙ୍କ କହିବା କଥା, ଛୋଟ ପିଲାମାନଙ୍କ ପାଇଁ ବି ଅନ୍ ଲାଇନ୍ କ୍ଲାସ୍ ଆରମ୍ଭ କରାଯାଇପାରିବ। ଏଥିରେ ପାଠପଢା ଯେତେ ବଡ଼ କଥା ନୁହେଁ, ସେମାନଙ୍କୁ ଏକ ନୂଆ ବ୍ୟବସ୍ଥା ସହିତ ଯୋଡ଼ି ହେବ ଓ କିଛି ସମୟ ପାଇଁ ଛୋଟ ଛୋଟ ରାଇମ୍ସ,ଗପ ଭିତରେ ତାଙ୍କୁ ଛନ୍ଦି ଦେଇ ହେବ। ନୂଆ ନୂଆ ଟିପ୍ସ ଦେଲେ, ସେମାନେ ନିଜକୁ ସେଥିରେ ସଜାଡିବେ। ଛୋଟ ଛୋଟ ଟାସ୍କ ଦେଲେ, ସେମାନେ ତାହାକୁ କରିବାରେ ଦିନସାରା ବ୍ୟସ୍ତ ରହିପାରନ୍ତି। ଏହା ତାଙ୍କର ଏକୁଟିଆପଣକୁ ଦୂର କରାଯାଇପାରିବ। ଯେଉଁମାନେ ଗୋଟିଏ ଗୋଟିଏ ଛୁଆ,ସେ କ୍ଷେତ୍ରରେ ଏଭଳି ଉଦ୍ୟମ ବେଶୀ ସହାୟକ ହେବ।

କେବଳ ସେତିକି ନୁହେଁ, ଯେଉଁମାନେ ନିଜ ନିଜ ପିଲାଙ୍କୁ ଇଂରାଜିମାଧ୍ୟମ ବିଦ୍ୟାଳୟମାନଙ୍କରେ ପଢାଇବାକୁ ବିଚାର କରୁଛନ୍ତି, ଯେଉଁମାନେ ସେମାନଙ୍କର ପିଲା ଦି ପଦ ଇଂରାଜି ଭଲ କହୁ ବୋଲି ଚିନ୍ତା କରୁଛନ୍ତି, ସେଭଳି ଅଭିଭାବକ ମଧ୍ୟ ଅନ୍ ଲାଇନରେ ଇଂରାଜିର ମାସିକିଆ, ଦୁଇମାସିକିଆ କୋର୍ସ କରିପାରିବେ। ଏହାଦ୍ବାରା ସେମାନେ ପିଲାମାନଙ୍କୁ ପାଠପଢାଇବା ସହଜ ହେବ। ନୂଆ ପାଠପଢା ଶୈଳୀ ସହିତ ଯୋଡି ହୋଇପାରିଲେ, ସେମାନେ ତାଙ୍କ ପିଲାଙ୍କୁ ଭବିଷ୍ୟତରେ ଗାଇଡ୍ କରିବାରେ ସମସ୍ୟା ହେବନାହିଁ।

ରାଜଧାନୀରେ ଅଙ୍କୁର ଭଳି କିଛି ବିଦ୍ୟାଳୟ ଏବେ ଅନ୍ ଲାଇନ୍ କ୍ଲାସ୍ ଆରମ୍ଭ କରିସାରିଲେଣି। ଅଙ୍କୁର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡାଙ୍କର କହିବା କଥା ହେଉଛି,ଏହାଦ୍ବାରା ପିଲାମାନଙ୍କୁ ବୌଦ୍ଧିକ ଜଗତ ସହିତ କିଛି ସମୟ ପାଇଁ ଯୋଡି ଦିଆଯିବା ସମ୍ଭାବ। ଛୋଟ ପିଲାମାନେ ସେମାନଙ୍କ ସମବୟସ୍କ ପିଲାଙ୍କୁ ଦେଖି ବେଶ୍ ଖୁସି ଅନୁଭବ କରିପାରୁଛନ୍ତି। କମ୍ପ୍ୟୁଟର, ମୋବାଇଲ୍ ସ୍କ୍ରିନ ଆଦିରେ ସେମାନେ ଓ ତାଙ୍କ ସହଯୋଗୀଙ୍କୁ ଦେଖି ମଜା ଉଠାଉଛନ୍ତି। ଅଧିକରୁ ଅଧିକ ଅଭିଭାବକ ଏବେ ଏହି ବ୍ୟବସ୍ଥାରେ ଯୋଡିହେବା ଆରମ୍ଭ କଲେଣି। ଏହିଭଳି ଏକାଧିକ କ୍ଲାସ କରିବା ଲାଗି ଏବେ ଅଭିଭାବକ ଚାପ ପକାଉଛନ୍ତି। ଅର୍ଥ ଏଦିଗରେ ବେଶୀ ପ୍ରତିବନ୍ଧକ ନୁହେଁ। କିନ୍ତୁ ଗୋଟିଏ ନୂଆ କଥା ସହିତ ତାଙ୍କ ପିଲାମାନେ ସାମିଲ ହେଉଛନ୍ତି, ତାହା ଅଭିଭାବାକଙ୍କୁ ବି ଖୁସି ଦେଉଛି। ସେମାନେ ନିଜ ଆଖିରେ ଦେଖିପାରୁଛନ୍ତି ଯେ ତାଙ୍କ ପିଲା କେତେ ଉଲ୍ଲସିତ ହେଉଛି ଅନ୍ୟମାନଙ୍କୁ ଦେଖି, ଆପେ ଆପେ ରାଇମ୍ସ ଗାଇବା ବି ଆରମ୍ଭ କରୁଛି। ଆଗକୁ ଅଭିଭାବକଙ୍କ ପାଇଁ ମଧ୍ଯ ଏଭଳି ସ୍ବତନ୍ତ୍ର ପ୍ରଶିକ୍ଷଣ ଅଙ୍କୁର ସ୍କୁଲ ଆରମ୍ଭ କରିବାକୁ ଯାଉଛି। ଏହାଦ୍ବାରା ପିଲାଙ୍କ ଭିତରେ ଏକାକିପଣକୁ ହଟାଯାଇପାରିବ ଓ ସେମାନଙ୍କୁ କିଛି ସମୟ ପାଇଁ ଅନ୍ୟ ପିିଲାଙ୍କ ସହିତ ଯୋଡି ଦିଆଗଲେ, ସେମାନେ ଏହି କଷ୍ଟକର ସମୟକୁ ସହଜ ଭାବେ ମୁକାବିଲା କରିପାରିବେ।

Leave A Reply

Your email address will not be published.