ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ

0

ରାଜକୋଟ: ଗୁଜରାଟର ରାଜକୋଟରେ ଶୁକ୍ରବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଆଟଲାଣ୍ଟିସ ବିଲଡିଂରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଲ୍ଡିଂରେ ୩୦ରୁ ଅଧିକ ଲେକା ଫଶିରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁସାରେ, ରାଜକୋଟରେ ଥିବା ୧୫୦ ଫୁଟ ରିଙ୍ଗରୋଡ୍ ସ୍ଥିତ ଆଟଲାଣ୍ଟିକ୍ ବିଲ୍ଡିଂରେ ଘଟିଛି ଏହି ଅଘଟଣ। ବିଲ୍ଡିଂର ୬ ମହଲାରେ ନିଆଁ ଲାଗିଛି। ଫଳରେ ୩୦ରୁ ଅଧିକ ଲୋକ ସେଠାରେ ଫଶିରହିଛନ୍ତି। ୩୦ ଜଣଙ୍କ ମଧ୍ୟରୁ କିଛି ଲୋକ ନିଆଁରେ ପୋଡିଯାଇ ଆହତ ହୋଇଯାଇଥିବା ମଧ୍ୟ ଖବର ରହିଛି।

ସେହିପରି ଘଟଣାରେ ଏଯାବତ୍ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି। ନିଆଁ ଲାଗିବା ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଅନେକ ବାସିନ୍ଦାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଷଷ୍ଠ ମହଲା ଲବିରେ ମରାମତି କାର୍ଯ୍ୟ ସମୟରେ ଶଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।

Leave A Reply

Your email address will not be published.