ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

୨୦ ରୁ ୨୪ ଯାଏଁ ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଆଭ୍ୟନ୍ତର ଓଡ଼ିଶା ରୁ ବିଦର୍ଭ ଯାଏଁ ଏକ ନିମ୍ନଚାପ ରେଖା ବିସ୍ତାରିତ ହୋଇଛି। ସେହିପରି ବଙ୍ଗୋପସାଗର ଉପରେ ଏକ ଗୁରୁଚାପ ବଳୟ ରହିଛି। ବଙ୍ଗୋପସାଗର ରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓ ନିମ୍ନଚାପ ଜନିତ ବାୟୁ ସମ୍ମିଶ୍ରଣ ହେତୁ ଆସନ୍ତା ୨୦ ରୁ ୨୪ ତାରିଖ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ଓ ସ୍ଥାନେ ସ୍ଥାନେ କୁଆପଥର ବୃଷ୍ଟି ସମ୍ଭାବନା ରହିଛି। ବିଶେଷ କରି ୨୧-୨୪ ତାରିଖ ମଧ୍ୟରେ ରାଜ୍ୟ ର ଅନେକ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେଉଁଝର, ଅନୁଗୁଳ, ଢ଼େଙ୍କାନାଳ, ଝାରସୁଗୁଡା, ଦେଓଗଡ଼, ସମ୍ବଲପୁର ଜିଲ୍ଲାର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ଓ ସ୍ଥାନେ ସ୍ଥାନେ ୩୦-୪୦କିମି/ ଘଣ୍ଟା ପବନ ବହିବା ସମ୍ଭାବନା ରହିଛି।

୨୨-୨୩ ରେ ସମଗ୍ର ରାଜ୍ୟ ରେ ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ପବନ ର ବେଗ ୪୦-୫୦କିମି/ ଘଣ୍ଟା ବହିବାର ସମ୍ଭାବନା ରହିଛି ଓ ଉତ୍ତର ଓଡ଼ିଶା ର କେତେକ ଅଞ୍ଚଳରେ କୁଆପଥର ବୃଷ୍ଟି ହୋଇପାରେ। ଆସନ୍ତା ଏକ ସପ୍ତାହ ଯାଏଁ ରାଜ୍ୟ ରେ ଦିନ ତାପମାତ୍ରା କମ୍ ରହିବ।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.