ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ୨୪ ମାଓବାଦୀ ନିପାତ

0

ବିଜାପୁର: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ନିପାତ ହୋଇଛନ୍ତି ୨୪ ମାଓବାଦୀ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇ ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୨୪ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ ବିଜାପୁର ଜିଲାର ଗଙ୍ଗାଲୁର ଥାନା ଅଞ୍ଚଳରେ ଗୁରୁବାର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨୦ ମାଓବାଦୀ ନିହତ ହୋଇଛନ୍ତି।

ବିଜାପୁର ପୁଲିସର ସୂଚନା ମୁତାବକ, ଡିଆରଜିର ଜଣେ ଯବାନ ଏଥିରେ ଶହୀଦ ହୋଇଛନ୍ତି। ଅପରପକ୍ଷେ, କାଙ୍କେରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪ ମାଓବାଦୀ ନିପାତ ହୋଇଛନ୍ତି। ସମସ୍ତ ୨୪ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଘଟଣା ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ ହୋଇଛି। ବିଜାପୁର ଓ ଦନ୍ତେୱାଡା ସୀମା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ଏକ ମିଳିତ ଟିମ୍‌ ମାଓ ବିରୋଧୀ ଅଭିଯାନରେ ଯାଇଥିଲେ। ଏହି ଅଭିଯାନ ସମୟରେ ଆଜି ସକାଳ ୭ ଟାରୁ ମାଓବାଦୀ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.