ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ଉତ୍କଳ ଦିବସରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ

0

ଭୁବନେଶ୍ବର: ବିମାନ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଓଡ଼ିଶା ରାଜଧାନୀ ଏବଂ ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା ୧ ଏପ୍ରିଲରୁ ଆରମ୍ଭ ହେବ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି।ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଗୋଆର ଡାବୋଲିମ୍ ବିମାନବନ୍ଦର ମଧ୍ୟରେ ସିଧାସଳଖ ବିମାନ ସେବା ୧ ଏପ୍ରିଲରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଅପ୍ରେଲ୍‌ ୧ ତାରିଖ ଠାରୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଚାରି ଦିନ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ। ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍‌ ପଲିସି ଅନୁଯାୟୀ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ। ଏହି ନୂତନ ବିମାନ ସେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି।

ଘରୋଇ ବିମାନ କମ୍ପୀନି ‘ଇଣ୍ଡିଗୋ’ରେ ଭୁବନେଶ୍ବରରୁ ବିମାନଯାତ୍ରୀମାନେ ଗୋଆ ଯାଇପାରିବେ। ପୁଣି ଗୋଆରୁ ଇଣ୍ଡିଗୋର ବିମାନରେ ଭୁବନେଶ୍ବର ଫେରିପାରିବେ। କେନ୍ଦ୍ର ସହାୟତାରେ ରାଜ୍ୟ ସରକାର ବିକଶିତ ଓଡ଼ିଶାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବିମାନ ଚଳାଇବା ପାଇଁ ପଦକ୍ଷେପ ନେଇଛନ୍ତି। ଗୋଆକୁ ବିମାନ ଚଳାଚଳ କରିବା ଦ୍ବାରା ଉଭୟ ଓଡ଼ିଶା ଓ ଗୋଆର ପର୍ଯ୍ୟଟନ ଓ ବ୍ୟବସାୟ ଶିଳ୍ପ ବିକାଶରେ ସହାୟକ ହେବ।

Leave A Reply

Your email address will not be published.