ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଫରେଷ୍ଟର ଗିରଫ

0

ଗୁଣୁପୁର: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର। ଏଭଳି ଲଜ୍ଜା ଜନକ ଖବର ଆସିଛି ଗୁଣୁପୁରରୁ। ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ ଫରେଷ୍ଟର ଜଣକ ହେଲେ ନରସିଂହ ଶତପଥୀ (୫୯)।

ମିଳିଥିବା ଖବର ଅନୁସାରେ, ନରସିଂହ ଶତପଥୀ ଗୁଡ଼ାରୀ ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ। ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ନରସିଂହ ତାଙ୍କ ଘର ପଡ଼ିଶାରେ ଅଜା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ବଳାତ୍କାର ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ନାବାଳିକାଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ। ପରିବାରବର୍ଗ ଖବର ପାଇ ଫରେଷ୍ଟର ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ଏହା ପରେ ଗ୍ରାମବାସୀ ନରସିଂହକୁ କାବୁ କରି ମାଡ଼ ମାରିଥିଲେ। କେନ୍ଦୁଗୁଡା ଫାଣ୍ଡି ପୋଲିସ ସୂଚନା ପାଇ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନଙ୍କୁ ସୂଚନା ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନରସିଂହକୁ ଗିରଫ କରି ପଦ୍ମପୁର ଆଣି କେସ ନଂ ୪୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.