ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ସେମିଳିଗୁଡ଼ାରୁ ରାଜା ଚକ୍ରଙ୍କ ଜବତ ହେଲା ୧୪ ଗାଡି

0

ସେମିଳିଗୁଡ଼ା: ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ସୌମ୍ୟରଞ୍ଜନ ଓରଫ ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିଛି। ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଝାଳିଆଗୁଡା ନିକଟ କାଜୁ ବାଡ଼ରୁ ୧୩ଟି ଟିପ୍ପର ଓ ଗୋଟିଏ ଜେସିବି ଜବତ ହୋଇଛି। ଜବତ ୧୪ ଗାଡ଼ି ରାଜା ଚକ୍ରଙ୍କର ବୋଲି କୁହାଯାଉଛି।

ସେମିଳିଗୁଡ଼ା ଥାନା ଅଧିକାରୀ ଅନିତା କୁଜୁରଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଜବତ ଗାଡିଗୁଡ଼ିକର ଶେଷ ନମ୍ୱର ୨୧ ରହିଥିବା ସୁନାବେଡ଼ା ଏସଡ଼ିପିଓ ସୁମିତ୍ରା ଜେନା କହିଛନ୍ତି। ଗିରଫ ହୋଇଥିବା ରାଜା ଚକ୍ରଙ୍କ ଅନ୍ୟ ସମସ୍ତ ଗାଡିର ନମ୍ବର ୨୧ ରହିଥିବାରୁ ଜବତ ଗାଡି ତାଙ୍କର ବୋଲି ସନ୍ଦେହ କରାଯାଉଛି। ଏନେଇ ଇଓଡ଼ବ୍ଲ୍ୟୁକୁ ସୂଚନା ଦିଆଯାଇଛି।

ଇଓଡ଼ବ୍ଲ୍ୟୁ ଟିମ ଆସିବା ପରେ ଅଧିକ ତଥ୍ୟ ମିଳିବ। ଠାବ ହୋଇଥିବା ଗାଡିଗୁଡିକର କୌଣସି କାଗଜପତ୍ର ମିଳିପାରି ନାହିଁ। ଗାଡିଗୁଡ଼ିକ ସେମିଳିଗୁଡ଼ା ପୋଲିସ ହେପାଜତରେ ରହିଥିବା ଏସଡ଼ିପିଓ କହିଛନ୍ତି। ରାଜାଚକ୍ରଙ୍କ ଗିରଫକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କର ବ୍ୟାବସାୟିକ ସାମ୍ରାଜ୍ୟ କେନ୍ଦୁଝରରୁ କୋରାପୁଟକୁ ଲମ୍ବିଥିବା ଜଣାପଡ଼ିଛି।

Leave A Reply

Your email address will not be published.