ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କାରାଗାରରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଲେ ୨୨ ନକ୍ସଲ

0

ଛତିଶଗଡ଼: ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନେଇ କଏଦୀମାନଙ୍କ ଉଦ୍ୟମ। ଗତ ତିନି ବର୍ଷ ଧରି ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲ ପକ୍ଷରୁ କଏଦୀମାନଙ୍କୁ ଶିକ୍ଷାର ସଚେତନତା ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି।

କଏଦୀମାନେ ଭଲ ଭାବରେ ବୁଝି ସାରିଛନ୍ତି ଯେ, ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ପ୍ରମୁଖ ମାଧ୍ୟମ ହେଉଛି ଶିକ୍ଷା ତେଣୁ ସେମାନେ ପାଠ ପଢି ପରୀକ୍ଷା ଦେଉଛନ୍ତି। ସେମାନଙ୍କୁ ମାଗଣାରେ ପୁସ୍ତକ ଯୋଗାଇ ଦିଆଯାଉଛି ଏବଂ ସେମାନେ ଭଲ ନମ୍ବର ରଖି ପାସ୍ କରୁଛନ୍ତି।

ପ୍ରତି ବର୍ଷ ଏହି ଉଦ୍ୟମ ଜିଲ୍ଲା ପ୍ରଶାସନ ଏବଂ ଜେଲ ପରିଚାଳନାର ଶିକ୍ଷକମାନଙ୍କ ଦ୍ୱାରା କରାଯାଉଛି। ବିଶେଷକରି ନକ୍ସଲ କଏଦୀମାନେ ଜଙ୍ଗଲରେ ଜୀବନ ବିତାଇଥାନ୍ତି ଏବଂ ଶିକ୍ଷା ସହିତ ସେମାନଙ୍କର ବହୁତ କମ୍ ସମ୍ପର୍କ ଥାଏ l ତେଣୁ ଜେଲକୁ ଆସିବା ପରେ ସେମାନଙ୍କୁ ଅତି କମରେ ସାକ୍ଷର କରିବା ପାଇଁ ପ୍ରୟାସ କରାଯାଉଛି।

Leave A Reply

Your email address will not be published.